Masthead

ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥିବୀର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଉ ଏକ ସଫଳତାରେ ପହଞ୍ଚିଲା ଆଦିତ୍ୟ L-1 ମିଶନ। TL-1 ମାନିଓଭର ସଫଳତାର ସହ ସମ୍ପନ୍ନ ନେଇ ଇସ୍ରୋର ସୂଚନା । ପୃଥିବୀ କକ୍ଷପଥ ଛାଡ଼ି ସୂର୍ଯ୍ୟମୁହାଁ ହେଲା ଆଦିତ୍ୟ L-1 । ଆଉ ୧୧୦ ଦିନ ପରେ ସୂର୍ଯ୍ୟ ଓ ପୃଥିବୀର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଯାହା ପୃଥୀବିଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଏଲ୍‌୧ ନିକଟରେ ମହାକାଶ ଯାନ ପହଞ୍ଚିବା ପରେ ସେଠାରୁ ଯେଉଁ ତଥ୍ୟ ସଂଗ୍ରହ କରିବ, ତାହା ସୌର ବାୟୁ ଏବଂ ମହାକାଶ ଜଳବାୟୁର ମୂଳ, ଏହାର ବେଗ ବୃଦ୍ଧି ସମ୍ପର୍କରେ ଆଲୋକପାତ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଅହମଦାବାଦର ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର ସହଯୋଗରେ ଫିଜିକାଲ ରିସର୍ଚ୍ଚ ଲାବରେଟୋରି ଉକ୍ତ ଉପକରଣର ବିକାଶ କରିଛି। ସେପ୍ଟେମ୍ବର ୨ରେ ଆଦିତ୍ୟ-ଏଲ୍‌୧ ଲଞ୍ଚ୍‌ ହୋଇଥିଲା। ସୂର୍ୟ୍ୟଙ୍କ ସମ୍ପର୍କରେ ଅଧ୍ୟୟନ ଲାଗି ଏଥିରେ ୭ଟି ଭିନ୍ନ ଭିନ୍ନ ପେଲୋଡ୍‌ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ