Masthead

ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରୟାନ-୩ର ସଫଳତା ପରେ ଆଉ ଏକ ସଫଳତା ହାସଲ କରିବ ଇସ୍ରୋ । ଆଜି ଭାରତ ପାଇଁ ଐତିହାସିକ ଦିନ । ସୂର୍ଯ୍ୟମିଶନ ସଫଳତାର ଚୂଡ଼ାନ୍ତ ପର୍ଯ୍ୟାୟ । ଆଜି ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ-୧। ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା ଏଲ-୧ ନିକଟରେ ପହଞ୍ଚିବ । ସେଠାରେ ଏଲ-୧ ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ ଆଜି ନିର୍ଣ୍ଣାୟକ ଗତିପଥ ପରିବର୍ତ୍ତନ କରିବ ଇସ୍ରୋ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ଅପରାହ୍ନ ପ୍ରାୟ ୪ ବେଳେ ଏହି ମାନ୍ୟୁଭର ବା ଗତିପଥ ପରିବର୍ତ୍ତନ କରାଯିବ । ଏହା ଇସ୍ରୋ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ ।

କାରଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିବାର ଅଭିଜ୍ଞତା ଅଛି । ହେଲେ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ ଏଲ-୧ ଚାରିପଟେ ବୁଲିବା ପାଇଁ ଆଦିତ୍ୟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିଛି । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରୁ ସୂର୍ଯ୍ୟ ଉପରେ ଗବେଷଣା କରିବ ଆଦିତ୍ୟ ଏଲ ୱାନ । ୨୦୨୩ ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ସୂର୍ଯ୍ୟ ମିଶନକୁ ଉତକ୍ଷେପଣ କରିଥିଲା ଇସ୍ରୋ । ଦୀର୍ଘ ୪ମାସର ଯାତ୍ରା ପରେ ଆଜି କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ ୱାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି