Masthead

ଓକିଲ ସଂଘ ନିର୍ବାଚନକୁ ସବୁଜ ସଙ୍କେତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ସବୁ ବିଗାଡି ଦେଇଛି । କରୋନା ଗାଇଡଲାଇନ୍ ଭିତରେ ଦେଶରେ ହେଉଛି ନିର୍ବାଚନ ଓ ଉପନିର୍ବାଚନ । ବିହାରରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଓଡିଶା ସମେତ ୭ଟି ରାଜ୍ୟର ୧୭ଟି ଆସନରେ ହେଉଛି ବିଧାନସଭା ଉପନିର୍ବାଚନ । କିନ୍ତୁ ରାଜ୍ୟରେ ଥିବା ଓକିଲ ସଂଘଗୁଡିକର ନିର୍ବାଚନ ହୋଇପାରୁନାହିଁ । ପୂର୍ବରୁ ୨ଥର ଘୋଷଣା ସତ୍ୱେ କରୋନା ଯୋଗୁଁ ନିର୍ବାଚନ ବନ୍ଦଥିଲା ।

ଆଜି ଓଡିଶା ହାଇକୋର୍ଟ ଓକିଲ ସଂଘ ନିର୍ବାଚନ କରାଇବା ପାଇଁ ଦେଇଛନ୍ତି ସବୁଜ ସଙ୍କେତ । ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ କରାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ କହିଛନ୍ତି । ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ହାଇକୋର୍ଟ ରାଜ୍ୟ ବାର୍ କାଉନସିଲଙ୍କୁ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ଯେ,ଡିସେମ୍ବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ଶେଷ କରି ଫଳାଫଳ ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ