Masthead

ଜନତା ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେଇ ଜବାବ ଦେବେ: ମମତା ବାନାର୍ଜୀ

କୋଲକାତା (ବଡ଼ ଖବର ବ୍ୟୁରୋ): ୨୦୨୪ରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାଶନାଲ୍ ଡେଭେଲପ୍‌ମେଣ୍ଟାଲ୍ ଇନ୍‌କ୍ଲୁସିଭ୍ ଆଲାଏନ୍ସ(ଇଣ୍ଡିଆ)ଘୋଷଣା କରାଯାଇଛି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସେପଟେ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି ।

ବିରୋଧୀ ମିଳିତ ବୈଠକରେ ‘ଇଣ୍ଡିଆ’ ଗଠନ ହେବାର ଦିନକ ପରେ ମମତା ବିଜେପିକୁ ଟାର୍ଗେଟ୍ କରିଛନ୍ତି। ମମତା କହିଛନ୍ତି, ଯେଉଁମାନଙ୍କର କୌଣସି କାମ ନାହିଁ ସେମାନେ କେବଳ ହିଂସା କରନ୍ତି ଏବଂ ବିରୋଧ କରନ୍ତି। ଏହା ହେଉଛି ବିଜେପିର କାମ । କିନ୍ତୁ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେଇ ଏହାର ଜବାବ ଦେବେ। ‘ଇଣ୍ଡିଆ’ ନିର୍ବାଚନର ସମ୍ମୁଖୀନ ହେବ। ଗତକାଲି ଠାରୁ ବିଜେପି ଭୟରେ କମ୍ପୁଛି।

ଆଗାମୀ ନିର୍ବାଚନରେ ବିଜେପିକୁ ହରାଇବାକୁ ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କର ବୈଠକ ବସିଥିଲା । ଏହି ବୈଠକରେ ୨୬ଟି ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ । ପାଟଣାରେ ହେଇଥିବା ବୈଠକ ପରେ ଏହା ଥିଲା ବିରୋଧୀ ଦଳମାନଙ୍କର ଔପଚାରିକ ବୈଠକ । ତେବେ ଏହି ବୈଠକ ପରେ ୨୬ଟି ବିରୋଧୀ ଦଳ ଏକାଠି ହେଇ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ ରହିଛି ଇଣ୍ଡିଆ ଅର୍ଥାତ ଇଣ୍ଡିଆନ୍ ନ୍ୟାସନାଲ ଡେମୋକ୍ରାଟିକ୍ ଇନକ୍ଲୁସିଭ୍ ଆଲାଏନ୍ସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ