Masthead

‘ଅଜିତଙ୍କୁ ଆଶୀର୍ବାଦ ଦିଅ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପୁଣେରେ ଶରଦ ପାୱାର ଏବଂ ଏନସିପିର ବିଦ୍ରୋହୀ ଦଳର ନେତା ଅଜିତ ପାୱାରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଥିଲା। ଏବେ ଶରଦ ପାୱାରଙ୍କ ରାଲି ପୂର୍ବରୁ ଦଳର ବିଦ୍ରୋହୀ ଅଜିତ ପାୱାରଙ୍କ ଗୋଷ୍ଠୀ ତାଙ୍କୁ ସ୍ୱାଗତ କରିବା ପାଇଁ ପୋଷ୍ଟର ଲଗାଇଛନ୍ତି। ପାର୍ଲିରେ ଶରଦ ପାୱାରଙ୍କ ସମାବେଶର କିଛି ଘଣ୍ଟା ପୂର୍ବରୁ ଉଭୟ ପାୱାରଙ୍କ ଫଟୋ ଥିବା ଏନସିପି ପୋଷ୍ଟର ସବୁ ବିଡରେ ଲଗାଯାଇଛି। ଏଥିରେ ଶରଦଙ୍କଠାରୁ ରାଜନୈତିକ ଭାବେ ଅଲଗା ହୋଇଥିବା ଅଜିତଙ୍କୁ ‘ଆଶୀର୍ବାଦ’ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି।

ମହାରାଷ୍ଟ୍ରର ବିରୋଧୀ ଦଳ ମହାବିକାଶ ଅଗାଡି (ଏମ୍‌ଭିଏ) – କଂଗ୍ରେସ, ଶିବସେନା (ଉଦ୍ଧବ ଠାକରେ ଦଳ) ଏବଂ ଏନସିପି (ଶରଦ ପାୱାର ଦଳ) ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ମଧ୍ୟରେ ଏହି ପୋଷ୍ଟରଗୁଡିକ ଜାରି କରାଯାଇଛି। ସେପଟେ ଶରଦ ଓ ଅଜିତଙ୍କ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶନିବାର ପୁଣେରେ ଜଣେ ବ୍ୟବସାୟୀଙ୍କ ବାସଭବନରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କୁ ଭେଟିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ