Masthead

ନିଲମ୍ବନ ପରେ ଶରତ ଓ ମୋକିମଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ ବିଦା ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । ଦୁଇ ହେଭିୱେଟଙ୍କୁ ସସପେଣ୍ଡ କରିଛି ଏଆଇସିସି । ପିସିସି ସଭାପତିଙ୍କ ଅଭିଯୋଗ କ୍ରମେ ଏପରି ନିଷ୍ପତି ନିଆଯାଇଛି । କଂଗ୍ରେସ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କ ନିଲମ୍ବିତ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶଯାଇଛି । ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ କହିଛନ୍ତି ଯେ, ହାଇକମାଣ୍ଡଙ୍କ ନିଷ୍ପତିକୁ ସ୍ୱୀକାର କରୁଛୁ । ମୁଁ ସେ ସମ୍ପର୍କରେ ଅଧିକ କହିବାକୁ ଚାହୁଁନି ବୋଲି ମତ ବାଢିଛନ୍ତି ଶରତ ପଟ୍ଟନାୟକ ।
କିନ୍ତୁ ସେପଟେ ଏହି ନୋଟିସକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ । ନୋଟିସ ପୂର୍ବରୁ ପିସିସି ସଭାପତି ମୋ ସହ କଥା ହୋଇନାହାନ୍ତି । କଂଗ୍ରେସ ଦଳରେ ଅଛି, ଦଳରେ ରହିବି । ମୁଁ ଦଳ ବିରୋଧି କାର୍ଯ୍ୟ କରିନାହିଁ । ଗୋଟେ ସଭା କରିଥିଲି ଦଳକୁ ମଜଭୁତ କରିବା ପାଇଁ । ଏହାକୁ ଆଧାର କରି ଏଆଇସିସି ଉତ୍ତର ମାଗିଥିଲା । ମୋ ଉତ୍ତରରେ ସେମାନେ ସନ୍ତୁଷ୍ଟ ହୋଇ ନାହାନ୍ତି ବୋଧେ । ଶୃଙ୍ଖଳା କମିଟିର ରିପୋର୍ଟ ଆଧାରରେ ଏଆଇସିସି ନିଷ୍ପତି ନେଇଛି ।

ଆଗକୁ ରହିଛି ନିର୍ବାଚନ । ଠିକ ଏହାରି ପୂର୍ବରୁ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କୁ ସସପେଣ୍ଡ କରିବା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ