Masthead

ଇଦ ପାଇଁ ଚଳଚଞ୍ଚଳ ସବୁ ମସଜିଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଇଦ୍ ଉଲ ଫିତର  ମୁସଲମାନ ଭାଇ ଭଉଣୀଙ୍କ ବଡ଼ ପର୍ବ । ଇଦ ପାଇଁ ଚଳଚଞ୍ଚଳ ସବୁ ମସଜିଦ ଓ ଇଦଗା ମୈଦାନ । ସରିଛି ସ୍ୱତନ୍ତ୍ର ନମାଜ ପାଠ । ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି ସଭିଁଏ । ଇଦ ଏକ ଆରବୀ ଶବ୍ଦ । ଯାହାର ଅର୍ଥ ଆନନ୍ଦ ଉତ୍ସବ । ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ଅଣତିରିସିଆ ବା ତିରିସିଆ ମାସରେ ସୂ୍େର୍ୟାଦୟରୁ ସୂ୍ର୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଇସଲାମରେ ରମଜାନ ମାସକୁ ପବିତ୍ର ମାସ ବୋଲି ଜ୍ଞାନ କରାଯାଏ। ମାସ ସାରା ମୁସଲମାନମାନେ ଉପବାସ କରିଥାନ୍ତି। ଇସଲାମୀ ସାଲରେ ଥିବା ୨ଟି ଇଦ ଭିତରୁ ଏହା ଗୋଟିଏ। ଅନ୍ୟଟି ହେଲା ‘ଇଦ ଉଲ-ଅଜହା’। ମୁସଲମାନମାନେ ଏଇ ପର୍ବରେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୋଜି-ଭାତ ସହିତ ଅନେକ ସୁସ୍ୱାଦୁ ଭୋଜନର ମଜା ନେଇଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ