Before Header

୨୪ ଘଣ୍ଟାରେ ୭ ହଜାର ୮୩୦ ପଜିଟିଭ

0 48

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଧିରେ ଧିରେ ବଢିବାରେ ଲାଗିଛି କରୋନା ଗ୍ରାଫ । ଦେଶରେ ୨୪ ଘଂଟାରେ ୭ ହଜାର ୮୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ୪୦ ହଜାର ୨୧୫ ଜଣ ସକ୍ରିୟ କୋଭିଡ ଆକ୍ରାନ୍ତ ରହିଛନ୍ତି । ଗୋଟିଏ ଦିନ ତଳେ ଏହା ୫,୬୭୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି।

 ସେହିପରି ୨୪ ଘଣ୍ଟାରେ ୪,୬୯୨ ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନ ତଳେ ଏହା ୩ହଜାର ୭୬୧ ଥିଲା। ସେପଟେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୧୬ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୭ ଲକ୍ଷ ୭୬ ହଜାର ୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୨ ଲକ୍ଷ ୪ ହଜାର ୭୭୧ ଜଣ ସୁସ୍ଥ ହୋଇ ସାରିଛନ୍ତି।

Leave A Reply

Your email address will not be published.