Masthead

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ପ୍ରସବ ବେଦନା ଭିତରେ ଏକ କିଲୋମିଟର ଚାଲିଲେ ଗର୍ଭବତୀ । ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବଘିଆ ପଂଚାୟତ ବଡ଼ମାଳ ଗାଁରେ । ଗାଁର କାଁହୁ କୁମ୍ଭାରଙ୍କ ସ୍ତ୍ରୀ ବାସନ୍ତୀ କୁମ୍ଭାରକୁ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଏକ କିଲୋମିଟର ଦୂର ନନ୍ଦପାଳି ଗାଁରେ ହିଁ ରହିଯାଇଥିଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଯୋଗୁଁ ଆଗକୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ବାଧ୍ୟହୋଇ ତାଙ୍କୁ ଏକ କିଲୋମିଟର ଚଳାଇ ନେଇ ଥିଲେ ତାଙ୍କ ପରିବାର ଲୋକେ । ଏଭଳି ଦୁଃଖଦ ଘଟଣାକୁ ନେଇ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ