Masthead

ତୁର୍କୀ ଭୂମିକକମ୍ପରେ ଜଣେ ଭାରତୀୟ ନିଖୋଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୁର୍କୀ, ସିରିଆରେ ଭୟଙ୍କର ସ୍ଥିତି । ତୁର୍କୀ ଓ ସିରିଆରେ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୫ ହଜାର ଟପିସାରିଲାଣି । ଉଦ୍ଧାରକୁ ଅପେକ୍ଷା କରି ଅନେକ ନେଉଛନ୍ତି ଶେଷ ନିଃଶ୍ୱାସ । ମୃତ୍ୟୁସଂଖ୍ୟା ୨୦ ହଜାର ଟପିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା ପ୍ରକାଶ କରିଛି । ଭାରତରୁ ଯାଇଥିବା ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ରହିଛି । ସେପଟେ ଗତ ସୋମବାର ଭୋର ସମୟରେ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ ତୁର୍କୀ ପଶ୍ଚିମକୁ ପ୍ରାୟ ୫ରୁ ୬ ମିଟର ଘୁଞ୍ଚିଯାଇଛି । ଇଟାଲୀର ଭୂମିକମ୍ପବିତ୍ ପ୍ରଫେସର କାର୍ଲୋ ଡୋଗଲିଅନି ଏହା କହିଛନ୍ତି ।

ସିରିଆ ତୁଳନାରେ ତୁର୍କୀ ନିଜର ପଶ୍ଚିମ ଦିଗକୁ ପ୍ରାୟ ୫ରୁ ୬ ମିଟର ଘୁଂଚିଯାଇଛି । ସେ କହିଛନ୍ତି ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟକୁ ଭିତି କରି ଏସବୁ ଆକଳନ କରାଯାଇଛି । ପରେ ସାଟେଲାଇଟ୍ ଫଟୋ ଦେଖିବା ପରେ ଏ ସଂପର୍କରେ ସ୍ଥିତି ଅଧିକ ସ୍ପଷ୍ଟ ହେବ । ଅନ୍ୟପଟେ ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକକମ୍ପରେ ଜଣେ ଭାରତୀୟ ନିଖୋଜ ଅଛନ୍ତି। ତୁର୍କୀକୁ କାମ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ।

ସେହିପରି ୧୦ ଜଣ ଭାରତୀୟ ତୁର୍କୀର ବିଭିନ୍ନ ଅଂଚଳରେ ଫସି ରହିଛନ୍ତି। କିନ୍ତୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସରକାର ବୁଧବାରଦିନ ସୂଚନା ଦେଇଛନ୍ତି। ନିଖୋଜ ହୋଇଥିବା ଭାରତୀୟ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନିରେ କାମ କରନ୍ତି ଓ ସେ କମ୍ପାନି କାମରେ ତୁର୍କୀ ଯାଇଥିଲେ । ତୁର୍କୀରେ ପ୍ରାୟ ୩ ହଜାର ଭାରତୀୟ ଥିବାବେଳେ ସମସ୍ତଙ୍କ ସଂପର୍କରେ ସୂଚନା ଏପର୍ୟ୍ୟନ୍ତ ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି