Masthead

୨ ଶିକାରୀ ଗିରଫ, ୩୦ କେଜି ମାଂସ ଜବତ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ବନ୍ୟପ୍ରାଣୀ ଶିକାର ଅଭିଯୋଗରେ ପୁରୁଣାକୋଟ ଥାନା ହିଞ୍ଜାଗୋଳ ଗାଁର ୨ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସାତକୋଶିଆ ଅଭୟାରଣ୍ୟର ପମ୍ପାସର ବନାଞ୍ଚଳ ଟାଇଁସି ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ-୭ରେ ବନ୍ୟପ୍ରାଣୀ ଶିକାର ହୋଇଥିବା କୁହାଯାଇଛି । ଗିରଫ ୨ ଅଭିଯୁକ୍ତ ଅଶୋକ ବର୍ଗିଆ ଓ ରବୀନ୍ଦ୍ର ଦେହୁରୀ ଏକ ବାରାହ ଶିକାର କରି ମାଂସ କାଟୁଥିବା ବେଳେ ବନ ବିଭାଗ ଚଡ଼ାଉକରି ୩୦ କେଜି ବାରାହ ମାଂସ ଜବତ କରିଛି । ସେମାନଙ୍କ ନିକଟରୁ ବାରାହ ମୁଣ୍ଡ, ଗୋଡ଼,ଏକ ଟାଙ୍ଗିଆ,୨ କଟୁରି,୨ ରସି ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ