Masthead

ଡିଜେଲ ମାଫିଆ ସାବାଡ୍

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ତାଳଚେର ଥାନା ଲିଙ୍ଗରାଜ ଖଣିରୁ ଏମ୍‌ସିଏଲ୍‌ର ସୁରକ୍ଷା କର୍ମଚାରୀଙ୍କ ସହାୟତାରେ ପୋଲିସ ପାଇଛି ବଡ଼ ସଫଳତା । ପୋଲିସ ୫ ଜଣ ଡିଜେଲ ମାଫିଆଙ୍କୁ ଗିରଫ କରିବା ସହିତ ୩ଟି ବୋଲେରୋ (ଓଆର ୧୯ ଏଫ ୧୬୧୯, ଓଆର ୧୯ ଏଚ୍‌ ୦୩୫୭ ଏବଂ ଓଡ଼ି ୧୯ ଏ ୧୮୩୨) ଜବତ କରିଛି । ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଛି ୫ ଶହ ଲିଟର ଡିଜେଲ ।

ଲିଙ୍ଗରାଜ କୋଇଲା ଖଣିରେ ଲାଗିଥିବା ବିଭିନ୍ନ ଡିଜେଲ ଚାଳିତ ଗାଡ଼ିରୁ ଯୋଜନାବଦ୍ଧ ଭାବେ କିଛି ଲୋକ ଡିଜେଲ ଚୋରି କରି ଆସୁଥିଲେ । ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଡିଜେଲ ଚୋରଙ୍କ ପିଛା ଛାଡିନଥିଲେ । କୋଇଲା ଖଣିରେ ନିୟୋଜିତ ଗାଡିରୁ ଡିଜେଲ ଚୋରି କରି ୩ଟି ବୋଲୋରୋରେ ମାଫିଆମାନେ ଫେରାର ହେବା ପୂର୍ବରୁ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଥିଲେ । ପରେ ସେମାନଙ୍କୁ ପର୍ଜଙ୍ଗ ଥାନା ପୋଲିସ ଜିମା ଦିଆଯାଇଥିଲା ।

ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଛି ୨୬ ଡିଜେଲ ବୋଝେଇ ବ୍ୟାରେଲ୍ । ଏଥିରେ ୫୦୦ ଲିଟର ଜିଜେଲ ଥିବା ପୋଲିସ କହିଛି । ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କନ୍ଦରସିଂହା ଗାଁର ଅଦ୍ୱେତ ବେହେରା,ବଡ଼ଝରା ଗାଁର ସର୍ବେଶ୍ୱର ସାହୁ , ଲେଧାଣୀ ଗାଁର ଜିତେନ୍ଦ୍ର ସାହୁ ,ରଞ୍ଜନ ସାହୁ , ପିଙ୍କୁ ରାଉତ ଓ ବଡ଼କମର ଗାଁର ଶିଶିର ମାଝୀ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା