Masthead

“କାର୍ଯ୍ୟକାରିଣୀ ପଦ ଗଲା ମୋ ପତିଆରା ନୁହେଁ”

(ବଡ଼ ଖବର ବ୍ୟୁରୋ): ବିଜେପରି କାର୍ଯ୍ୟକାରିଣୀ ପଦରେ ଗତ ସପ୍ତାହରେ ପରିବର୍ତ୍ତନ କରାଯାଇଛି । ବହୁ ବଡ଼ ବଡ଼ ନେତାଙ୍କ ନାଁ ଏଥିରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଛି । ବିଜେପିର ବରିଷ୍ଠ ନେତା ସୁବ୍ରମଣିୟମ ସ୍ୱାମୀ, ମେନକା ଗାନ୍ଧି ଓ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କ ନାଁ ମଧ୍ୟ ଏହି ତାଲିକାରୁ ବାଦ ପଡ଼ିଛି । ତେବେ ସୁବ୍ରମଣିୟମ ସ୍ୱାମୀ ଏହାପରେ ନିଜ ଟ୍ୱିଟର ବାୟୋ ବରିବର୍ତ୍ତନ କରି ସେଥିରୁ ବିଜେପି ହଟାଇଥିଲେ । ତେବେ ୟୁପି ଲଖିମପୁର ଖେରୀ ମାମଲାରେ ସରକାରୀ ଦଳକୁ ବାରମ୍ବାର ଟାର୍ଗେଟ କରୁଥିବା ବରୁଣ ଗାନ୍ଧିଙ୍କ ନାଁ ମଧ୍ୟ ହଟାଇଦିଆଯାଇଛି । ତେଣୁ ଏବେ ଏହାକୁ ନେଇ ଅନେକ ଆଲୋଚନା ହେଉଛି ।

ବରୁଣ, ମେନକା ଓ ସ୍ୱାମୀଙ୍କ ଦଳ ଛାଡ଼ିବା ନେଇ ଦ୍ୱନ୍ଦ୍ୱ ମଧ୍ୟ ଉପୁଜୁଛି । ତେବେ ମଙ୍ଗଳବାର ମେନକା ଏହାର ସ୍ପଷ୍ଟିକରଣ ରଖିଛନ୍ତି । ସେ କହିଛନ୍ତି ନା ମୋର ପତିଆରା କମିଲା ନା ମୋର ପଦ । ଏବଂ ନା ଏହାର ଫରକ କାହା ଉପରେ କିଛି ପଡ଼ିଲା । ଏହା କୌଣସି ବଡ଼ କଥା ନୁହେଁ । କାର୍ଯ୍ୟକାରିଣୀ ସଦସ୍ୟ ବଦଳିବା ଏକ ସାଧାରଣ କଥା । ଦଳ ପ୍ରତିବର୍ଷ ଏପରି କରିଥାଏ । ଏହା କୌଣସି ବଡ଼ କଥା ନୁହେଁ । ଦଳର ସମ୍ପୂର୍ଣର୍ ଅଧିକାର ରହିଛି କାର୍ଯ୍ୟକାରିଣୀ ପଦକୁ ବଦଳାଇବାର । ମେନକା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ୨୫ବର୍ଷ ଧରି କାର୍ଯ୍ୟକାରିଣୀରେ ଥିଲି । ଯଦି ଏଥିରେ ପରିବର୍ତ୍ତନ କରାଯାଉଛି ତେବେ ଏଥିରେ ଅସୁବିଧା କ’ଣ ଅଛି । ନୂଆ ଲୋକଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ । ଏଥିରେ ଚିନ୍ତା କରିବାର କାରଣ କିଛି ନାହିଁ । ମୁଁ ବିଜେପିରେ ଠିକ ଅଛି । ମୋ ସଂସଦୀୟ କ୍ଷେତ୍ରରେ ଲୋକଙ୍କ ଯତ୍ନ ନେଉଛି ।

ମେନକା ଡିସେମ୍ବର ସୁଦ୍ଧା ଏଫଏମ ରେଡିଓ ସେଣ୍ଟର ସଞ୍ଚାଳନ କରିବାକୁ ଘୋଷଣା କରିଛନ୍ତି। ଚୌପାଲରେ ଲୋକଙ୍କୁ ସମ୍ବୋଧିତ କରିବା ସମୟରେ ସେ ସରକାରଙ୍କ ପକ୍ଷରୁ ପରିଚାଳିତ ବିଭିନ୍ନ ଯୋଜନାର ପ୍ରଶଂସା କରିଛନ୍ତି। ଏହି ସମୟରେ ତାଙ୍କ ପ୍ରତିନିଧି ରଣଜୀତ କୁମାର, ବ୍ଲକ ଚେୟାରମ୍ୟାନ ଶିବକୁମାର ସିଂହ, ପୂର୍ବତନ ବିଧାୟକ ଅର୍ଜୁନ ସିଂହ, ଶ୍ୟାମ ବାହାଦୂର ପାଣ୍ଡେ ସମେତ ଅନ୍ୟ ନେତା ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ମାମଲାରେ ନିଜ ସରକାରର ସମାଲୋଚନା କରିଥିଲେ। ସେ ଅନେକ ଥର ଭିନ୍ନ ଭିନ୍ନ ପ୍ରସଙ୍ଗରେ ନିଜ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ପ୍ରତିକ୍ରିୟା ଦେଇଥାନ୍ତି। ତାଙ୍କର ଏମିତି ଆଭିମୁଖ୍ୟ ନେଇ ସେ ବିଜେପି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା