Masthead

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

କଟକ(ବଡ଼ ଖବର ବ୍ୟୁରୋ): କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ । ବିବାହ ବିଚ୍ଛେଦ ମାମଲାରେ ଉଭୟ ଆଜି କୋର୍ଟରେ ହାଜର ହୋଇଛନ୍ତି । ଉଭୟ ୧୫ ମିନିଟ୍ ଧରି କୋର୍ଟରେ ରହିଥିଲେ । ବିବାହ ବିଚ୍ଛେଦ ମାମଲାର ଆପୋଷ ବୁଝାମଣା କରିବା ପାଇଁ ଫ୍ୟାମିଲ କୋର୍ଟଙ୍କୁ ଉଭୟଙ୍କୁ ଡକା ଯାଇଥିଲା । ତେବେ ପ୍ରଥମ ଥର ପାଇଁ ବର୍ଷା ଆଜି କୋର୍ଟରେ ହାଜର ହୋଇଛନ୍ତି । ଆଗରୁ ଅନୁଭବ ୩ ଥର ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି, କିନ୍ତୁ କୌଣସି ଅସୁବିଧା କାରଣରୁ ବର୍ଷା ଆସି ପାରିନଥିଲେ ।

ବିବାହ ବିଚ୍ଛେଦ ମାମଲାରେ ଫ୍ୟାମିଲ କୋର୍ଟ ପ୍ରଥମେ ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଇଥିଲେ । ଏବଂ ଏହି ପରାମର୍ଶ ମୁତାବକ ଉଭୟଙ୍କୁ ଫ୍ୟାମିଲି କୋର୍ଟଙ୍କୁ ଡକାଯାଉଛି । ଆଜି ଉଭୟ ସାମ୍ନା ସାମ୍ନି ବସିଥିଲେ, ଅନୁଭବ କହିଥିଲେ, ସେ ବିବାହ ବିଚ୍ଛେଦ ଚାହାନ୍ତି କିନ୍ତୁ ବର୍ଷା ବିବାହ ବିଚ୍ଛେଦ ଚାହୁଁନଥିବା ଶୁଣିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଏହି ବିବାଦ ଏବେ ସମାଧାନ ହେବା ଭଳି ଲାଗୁ ନାହିଁ । ଗତକାଲି ଅନୁଭବ, କଟକ ପୁରୀଘାଟ ଥାନା ବର୍ଷା ବିରୋଧରେ ଅଭିଯୋଗ କରି କହିଥିଲେ, ଯେ ବର୍ଷା ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ