Masthead

ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତାରେ ବିଧାନସଭା ନା ପ୍ରାୟୋଜିତ ପୁରସ୍କାର : ବିରୋଧୀଦଳ ନେତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସୀମାବିବାଦ ଓ ରାଜ୍ୟ ବଜେଟର ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଚାଲୁଥିବା ସମୟରେ ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ହାତେଇବା ପାଇଁ ତଥାକଥିତ ମାନସପୁତ୍ରଙ୍କ ସହ ମୁମ୍ବାଇ ଗସ୍ତ କରିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ବି ତାଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗର ତଥ୍ୟାନୁସାରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଧର୍ଷଣ କେସ୍ ରୁଜୁ ହୋଇଛି । ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ୍ ଓଜନ ଥିବାବେଳେ ୩୧% ଶିଶୁ ପୁଷ୍ଟିହୀନର ଶୀକାର ହେଉଛନ୍ତି । ୨୦୨୨ରେ ଓଡ଼ିଶା ହାଇକୋର୍ଟରେ ଏକ ସତ୍ୟପାଠ ଆଧାରରେ ରାଜ୍ୟ ସରକାର ନଜେ ଓଡିଶାରେ ୪୪ ପ୍ରତିଶତ ଡାକ୍ତର ପଦବୀ ଖାଲିଥିବା ଜଣାଇଛନ୍ତି ।

ବୌଦ୍ଧ ଜିଲ୍ଲାର ଜାମଗାଟି ଗାଁର ଧରଣୀ ମେହେର ଧାନ ମଣ୍ଡିକୁ ଯାଇ ଧାନ ବିକିବା ପାଇଁ ଅପେକ୍ଷା କରି କରି ଧାନ ବିକ୍ରି ନ ହେବାରୁ ଚିନ୍ତାରେ ତାଙ୍କର ମୃତ୍ୟୁ ଘଟିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହି ଖବର ଅଛି କି ? ପିଲାମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଶିକ୍ଷକମାନେ ଆଜି ରାଜରାସ୍ତାରେ । ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟ ସରକାର ସୀମା ବିବାଦ ସମାଧାନର ବାଟ ବାହାର କରିପାରୁନଥିବା ବେଳେ ଆଜି ଆନ୍ତଃରାଜ୍ୟ ସୀମା ସମସ୍ୟା ମୁଣ୍ଡ ଟେକିଛି ।

ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ମୁଁ ନିନ୍ଦା କରୁଛି । ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ରାଜ୍ୟ ପାଇଁ ଲଜ୍ଜାଜନକ ଖବର ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ମାନସ ପୁତ୍ରଙ୍କ ଉପରେ ଯେଉଁ ଧାରଣା ସାଧାରଣ ଲୋକଙ୍କ ଭିତରେ ତିଆରି ହୋଇଛି, ସେହି ଛବିକୁ ଠିକ୍ କରିବା ପାଇଁ ମୁମ୍ବାଇ ଗସ୍ତ ନୁହେଁ ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ସୀମା ବିବାଦ ଓ ରାଜ୍ୟ ବଜେଟର ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ଚାଲୁଥିବା ସମୟରେ ବିଧାନସଭାରେ ଉପସ୍ଥିତ ନରହି ପ୍ରାୟୋଜିତ ପୁରସ୍କାର ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ତଥାକଥିତ ମାନସ ପୁତ୍ରଙ୍କ ସହ ମୁମ୍ବାଇ ଗସ୍ତ କରିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବିରୋଧୀ ଦଳ ନେତା କହିଛନ୍ତି ଯେ ପାଂଚ ପାଂଚ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ବି ତାଙ୍କ ଦାୟିତ୍ୱରେ ଥିବା ଗୃହ ବିଭାଗର ତଥ୍ୟନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଧର୍ଷଣ କେସ୍ ରୁଜୁ ହୋଇଛି, ଏଥିରୁ ଜଣାପଡୁଛି ରାଜ୍ୟରେ ହାରାହାରି ୪ଟି ହତ୍ୟା ଏବଂ ୧୦ଟି ଧର୍ଷଣ ପ୍ରତ୍ୟେକ ଦିନ ଘଟୁଛି । ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ଅବସ୍ଥା ଭଲ ନାହିଁ । ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୯ ପ୍ରତିଶତ ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ ୩୧ ପ୍ରତିଶତ ଶିଶୁ ପୁଷ୍ଟିହୀନର ଶୀକାର ।

୧୮ ପ୍ରତିଶତ ଉଚ୍ଚତା କମ୍ ଓ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ । ଓଡ଼ିଶାରେ ସ୍ୱାସ୍ଥ୍ୟବସ୍ଥା ନ କହିଲେ ଭଲ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଆଜି ବି ଗର୍ଭବତୀ ମହିଳା ଖଟିଆରେ ବୁହା ହେଉଛନ୍ତି । ଦାନ ମାଝୀ ପରେ ବି କିଛି ଅଞ୍ଚଳରେ କାନ୍ଧରେ ଶବ ବୁହା ଘଟଣା ସାମ୍ନାକୁ ଆସୁଛି ବୋଲି ବିରୋଧୀଦଳ ନେତା କହିଛନ୍ତି ।

ପିଲା ମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଶିକ୍ଷକମାନେ ଆଜି ରାଜରାସ୍ତାରେ । ରାଜ୍ୟରେ ଶିକ୍ଷାର ଗତି କେଉଁ ଆଡେ, ଏଥିରୁ ଜଣାପଡୁଛି । ଓଡ଼ିଶାରେ ସୀମା ବିବାଦ ଘନଉଥିବା ବେଳେ ସୀମା ଅସୁରକ୍ଷିତ ଅଛି । ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟ ସରକାର ସୀମା ବିବାଦ ସମାଧାନର ବାଟ ବାହାର କରିପାରୁନଥିବା ବେଳେ ଆଜି ଆନ୍ତଃରାଜ୍ୟ ସମସ୍ୟା ମୁଣ୍ଡ ଟେକିଛି ।

ବୌଦ୍ଧ ଜିଲ୍ଲାର ଜାମଗାଟି ଗାଁର ଧରଣୀ ମେହେର ଧାନ ମଣ୍ଡିକୁ ଯାଇ ଧାନ ବିକିବା ପାଇଁ ଅପେକ୍ଷା କରି କରି ଧାନ ବିକ୍ରି ନ ହେବାରୁ ଚିନ୍ତାରେ ତାଙ୍କର ମୃତ୍ୟୁ ଘଟିଲା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହି ଖବର ଅଛି କି ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍