Masthead

ରାତି ପାହିଲେ ରଜ, ହେଲେ ନାହିଁ ମଉଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାତି ପାହିଲେ ପହିଲି ରଜ ପର୍ବ । ଓଡ଼ିଆଙ୍କ ବାର ମାସରେ ତେର ପର୍ବ । ଏହି ସବୁ ପର୍ବ ଉତ୍କଳୀୟ ମାନଙ୍କୁ ଆମୋଦିତ ଦିଏ । ତା ସହିତ ତୁଙ୍ଗ ଆଦର୍ଶର ସୂଚନା ମଧ୍ୟ ଦେଇଥାଏ । ପାଳିତ ହେଉଥିବା ପର୍ବ ଗୁଡିକ ଭିତରୁ ରଜ ପର୍ବ ଟିକେ ନିଆରା । ଓଡ଼ିଆ କୃଷିଭିତ୍ତିକ ସଂସ୍କୃତି ଓ ପରମ୍ପରାର ବଡ଼ ପର୍ବ ହେଉଛି ‘ରଜ’ ପର୍ବ । ବର୍ଷକରେ ଥରେ ଆସେ ରଜ । ଏହି ରଜ ଆସେ ଗାଁ ଦାଣ୍ଡରେ , ଏହି ରଜ ଆସେ ସହରର ଗଳି କନ୍ଦିରେ । ରଜ ଆସିଲେ ଚଳଚଞ୍ଚଳ ହୋଇ ଉଠେ କୁଆଁରିର ମନ । ରଜ ଆସେ ବର୍ଷା ଭିଜା ମାଟିର ସୁଗନ୍ଧରେ, ଆଉ ରଜ ଆସେ ଗୋଟେ କୁଆଁରି ପାଦର ଅଳତାରେ । ରଜ ହେଉଛି ଶୃଙ୍ଗାରର ପର୍ବ ।

ରଜରେ କୁଆଁରି ମାନେ ସଜେଇ ହୋଇ ପୋଡ ପିଠା, ରଜ ପାନ ଖାଇ ବେସ ମୌଜ କରିଥାନ୍ତି । କିନ୍ତୁ ମହାମାରୀ ପାଇଁ ପୂର୍ବବର୍ଷ ପରି ଏଥର ବି ରଜ ମଉଜକୁ ଫିକା କରିଛି କରୋନା । କରୋନା ପାଇଁ କୁଆଁରି ମାନେ ଆଉ ବାହାରେ ନୁହେଁ, ଘରେ ରହି ପାଳନ କରିବେ ରଜ । ସେପଟେ ଦେଢ଼ମାସ ହେଲା ଦୋକାନ ବଜାର ବନ୍ଦ । ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ପୁଲିସର ନାଲି ଆଖି । ଆଶା ଥିଲା ଜୁନ୍ ପ୍ରଥମ ସପ୍ତାହରୁ ଲକଡାଉନ୍ ହଟିଯିବ । ଦୋକାନ ବଜାର ଖୋଲିବ । ମାତ୍ର ବିଡମ୍ବନାର ବିଷୟ ସେମିତି କିଛି ହେଲାନି । ଅଦୃଶ୍ୟ ଭୂତାଣୁ ଆଗରେ ହାରିଗଲା ସଂସ୍କୃତି ଓ ପରମ୍ପରା ।

ଲକଡାଉନ୍ ଯୋଗୁ ଡ୍ରେସ୍ ଦୋକାନ ବନ୍ଦ । ଯାହା ପାଇଁ ଝିଅମାନଙ୍କ ରଜ ସପିଂ ପୂରା ବର୍ବାଦ୍ ହୋଇଛି । ବାଧ୍ୟ ହୋଇ କିଏ ନୂଆ ଡ୍ରେସ୍ ଅନଲାଇନ୍ ମଗାଇଥିଲାବେଳେ କିଏ ପୁରୁଣା ପୋଷାକରେ କାମ ଚଳାଇବାକୁ ଯୋଜନା କରିଛନ୍ତି । ସେପଟେ ଦୋକାନୀଙ୍କ ବେପାର ସମ୍ପୁର୍ଣ୍ଣ ଠପ୍ । ରଜ ଆସିଲେ ପୋଷାକ କିଣିବାକୁ ଗହଳି ହୁଏ । ସେ ମାର୍କେଟ୍ ବିଲ୍ଡିଂ ହେଉ କି ବିଭିନ୍ନ ମଲ୍, ସବୁଠି ପଶିବା ମୁସକିଲ ହୋଇଯାଏ । କିନ୍ତୁ ପୂର୍ବ ବର୍ଷ ପରି ଏଥର ମଧ୍ୟ ଖାଁ ଖାଁ ରଜ ବଜାର । ନା ଅଛି ଗହଳି ଚହଳିର ବସରା ନା ଅଛି ରଜସ ଦୋଳି ର ଆସର । ଏଥରବି ରଜକୁ କରୋନା ମାଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି