Masthead

ରାତି ପାହିଲେ ରଜ, ହେଲେ ନାହିଁ ମଉଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାତି ପାହିଲେ ପହିଲି ରଜ ପର୍ବ । ଓଡ଼ିଆଙ୍କ ବାର ମାସରେ ତେର ପର୍ବ । ଏହି ସବୁ ପର୍ବ ଉତ୍କଳୀୟ ମାନଙ୍କୁ ଆମୋଦିତ ଦିଏ । ତା ସହିତ ତୁଙ୍ଗ ଆଦର୍ଶର ସୂଚନା ମଧ୍ୟ ଦେଇଥାଏ । ପାଳିତ ହେଉଥିବା ପର୍ବ ଗୁଡିକ ଭିତରୁ ରଜ ପର୍ବ ଟିକେ ନିଆରା । ଓଡ଼ିଆ କୃଷିଭିତ୍ତିକ ସଂସ୍କୃତି ଓ ପରମ୍ପରାର ବଡ଼ ପର୍ବ ହେଉଛି ‘ରଜ’ ପର୍ବ । ବର୍ଷକରେ ଥରେ ଆସେ ରଜ । ଏହି ରଜ ଆସେ ଗାଁ ଦାଣ୍ଡରେ , ଏହି ରଜ ଆସେ ସହରର ଗଳି କନ୍ଦିରେ । ରଜ ଆସିଲେ ଚଳଚଞ୍ଚଳ ହୋଇ ଉଠେ କୁଆଁରିର ମନ । ରଜ ଆସେ ବର୍ଷା ଭିଜା ମାଟିର ସୁଗନ୍ଧରେ, ଆଉ ରଜ ଆସେ ଗୋଟେ କୁଆଁରି ପାଦର ଅଳତାରେ । ରଜ ହେଉଛି ଶୃଙ୍ଗାରର ପର୍ବ ।

ରଜରେ କୁଆଁରି ମାନେ ସଜେଇ ହୋଇ ପୋଡ ପିଠା, ରଜ ପାନ ଖାଇ ବେସ ମୌଜ କରିଥାନ୍ତି । କିନ୍ତୁ ମହାମାରୀ ପାଇଁ ପୂର୍ବବର୍ଷ ପରି ଏଥର ବି ରଜ ମଉଜକୁ ଫିକା କରିଛି କରୋନା । କରୋନା ପାଇଁ କୁଆଁରି ମାନେ ଆଉ ବାହାରେ ନୁହେଁ, ଘରେ ରହି ପାଳନ କରିବେ ରଜ । ସେପଟେ ଦେଢ଼ମାସ ହେଲା ଦୋକାନ ବଜାର ବନ୍ଦ । ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ପୁଲିସର ନାଲି ଆଖି । ଆଶା ଥିଲା ଜୁନ୍ ପ୍ରଥମ ସପ୍ତାହରୁ ଲକଡାଉନ୍ ହଟିଯିବ । ଦୋକାନ ବଜାର ଖୋଲିବ । ମାତ୍ର ବିଡମ୍ବନାର ବିଷୟ ସେମିତି କିଛି ହେଲାନି । ଅଦୃଶ୍ୟ ଭୂତାଣୁ ଆଗରେ ହାରିଗଲା ସଂସ୍କୃତି ଓ ପରମ୍ପରା ।

ଲକଡାଉନ୍ ଯୋଗୁ ଡ୍ରେସ୍ ଦୋକାନ ବନ୍ଦ । ଯାହା ପାଇଁ ଝିଅମାନଙ୍କ ରଜ ସପିଂ ପୂରା ବର୍ବାଦ୍ ହୋଇଛି । ବାଧ୍ୟ ହୋଇ କିଏ ନୂଆ ଡ୍ରେସ୍ ଅନଲାଇନ୍ ମଗାଇଥିଲାବେଳେ କିଏ ପୁରୁଣା ପୋଷାକରେ କାମ ଚଳାଇବାକୁ ଯୋଜନା କରିଛନ୍ତି । ସେପଟେ ଦୋକାନୀଙ୍କ ବେପାର ସମ୍ପୁର୍ଣ୍ଣ ଠପ୍ । ରଜ ଆସିଲେ ପୋଷାକ କିଣିବାକୁ ଗହଳି ହୁଏ । ସେ ମାର୍କେଟ୍ ବିଲ୍ଡିଂ ହେଉ କି ବିଭିନ୍ନ ମଲ୍, ସବୁଠି ପଶିବା ମୁସକିଲ ହୋଇଯାଏ । କିନ୍ତୁ ପୂର୍ବ ବର୍ଷ ପରି ଏଥର ମଧ୍ୟ ଖାଁ ଖାଁ ରଜ ବଜାର । ନା ଅଛି ଗହଳି ଚହଳିର ବସରା ନା ଅଛି ରଜସ ଦୋଳି ର ଆସର । ଏଥରବି ରଜକୁ କରୋନା ମାଡ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ