Masthead

୧୧୦ ବର୍ଷରେ ଚତୁର୍ଥ ବିବାହ କଲେ ଅବଦୁଲ ଚାଚା, ଆଣିଲେ ୫ ହଜାର ଯୌତୁକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବୟସ ୧୧୦ ବର୍ଷ । ହାର ମାନିନି ମନବଳ । ପ୍ରାପ୍ତ ବୟସରେ ଚତୁର୍ଥ ପାଇଁ ବିବାହ କରିଛନ୍ତି ଜଣେ ବୃଦ୍ଧ । ସେ ପୁଣି ନିଜ ବୟସର ଅଧା ୫୫ ବର୍ଷିୟ ଜଣେ ମହିଳାଙ୍କୁ । ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ଜଣେ ୧୧୦ ବର୍ଷ ବୟସ୍କ ବ୍ୟକ୍ତି ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି। ବୃଦ୍ଧଙ୍କ ବିବାହର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ଠାରେ ରହୁଥିବା ୧୧୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ଅବଦୁଲ ହାନାନ। ସେ ତାଙ୍କ ବୟସର ଅଧା ଅର୍ଥାତ୍ ୫୫ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ ।

କାଯୀ ମହମ୍ମଦ ଅର୍ଶଦ ବିବାହର ସବୁ ଦାୟିତ୍ୱ ପରିଚାଳନା କରିଥିବାବେଳେ ମନସେରା ଜିଲ୍ଲାର ପୂର୍ବତନ କାଉନସିଲର ଖାଲିଦ ଖାନ ଉପସ୍ଥିତ ଥିଲେ। ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅବଦୁଲ ପରିବାରରେ ସମୁଦାୟ ୮୪ ଜଣ ସଦସ୍ୟ ଅଛନ୍ତି । ତାଙ୍କର ୧୨ ସନ୍ତାନ ଅଛନ୍ତି । ଏହି ୧୨ ପିଲାଙ୍କ ମଧ୍ୟରୁ ୬ ପୁଅ ଏବଂ ୬ ଝିଅ ଅଛନ୍ତି । ଅବଦୁଲ ହାନାନଙ୍କ ବଡ ପୁଅର ବୟସ ୭୦ ବର୍ଷ, ଯିଏ ପିତାଙ୍କ ଚତୁର୍ଥ ପତ୍ନୀ ଠାରୁ ୧୫ ବର୍ଷ ବଡ । ଖାଲି ସେତିକି ନୁହେଁ ଅବଦୁଲ ଝିଅ ପକ୍ଷରୁ ୫୦୦୦ ଟଙ୍କା ଯୌତୁକ ମଧ୍ୟ ଆଣିଛନ୍ତି । ବିବାହ ସମାରୋହରେ ଅବଦୁଲଙ୍କ ପରିବାର ସମେତ ମହିଳାଙ୍କ ସମଦ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ