Masthead

ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ଦଳୀୟ କର୍ମକର୍ତ୍ତା

ଅତାବିରା (ବଡ଼ ଖବର ବ୍ୟୁରୋ): ବରଗଡ଼ ଲୋକସଭା କ୍ଷେତ୍ର ଅଧିନସ୍ଥ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ନିଜ ନିଜ ପ୍ରାର୍ଥୀ ଘୋଷଣା ହୋଇସାରିଛି । ବିଜେପିରୁ ସନତ୍ ଗଡତିୟା, କଂଗ୍ରେସରୁ କିଶୋର ଦଫାଦାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ମନ୍ତ୍ରୀ ରୀତା ସାହୁଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ତେବେ ବିଜେପୁର ନିର୍ବାଚନମଣ୍ଡଳିରେ ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ବିରୋଧାଭାସ ବଢ଼ିବାକୁ ଲାଗିଛି ।

କିଛି ଦିନ ତଳେ ଆଶାୟୀ ସୁଶୀଲ ଶର୍ମାଙ୍କ ସମର୍ଥକମାନେ ଭୁବନେଶ୍ୱର ବିଜେପି ଅଫିସ ଯାଇ ସେଠାରେ ସନତଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ କରି ସୁଶୀଲଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ । ପୁଣି କେତେକ କର୍ମୀ ସନତଙ୍କୁ ବଦଳାଇ ସୁରେନ୍ଦ୍ର ପାତ୍ରଙ୍କୁ ଟିକେଟ ଦାବି କରୁଥିବା ବେଳେ ଗତ କାଲି ସନ୍ଧ୍ୟାରେ ବରପାଲି ଓ ବିଜେପୁର ବ୍ଳକର ଶତାଧିକ କର୍ମକର୍ତ୍ତାମାନେ ବରଗଡ଼ ବିଜେପି ଅଫିସକୁ ଆସି ବିରୋଧ କରିଥିଲେ । ସେମାନେ ସନତ ଗଡତିୟାଙ୍କୁ ଖୋଲାଖୋଲି ବିରୋଧ କରୁଥିବା ବେଳେ ତାଙ୍କ ବଦଳରେ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ ।

ସେମାନେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବିରୋଧ ସହ ଦଳରେ ନୀତି ଆଦର୍ଶ ଭଳି ଆଉ କିଛି ନ ଥିବା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ବିଜେପୁରରେ ବିଜେପି ଯଦି ପ୍ରାର୍ଥୀ ପରିବର୍ତ୍ତନ ନ କରେ ତେବେ ଦଳୀୟ କର୍ମକର୍ତ୍ତାମାନେ ଆଗକୁ ବଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ସନତ ଗଡତିୟା ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ୫୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତେଣୁ ଏଥର ବିଜେପି ନୂଆଁ ଚେହେରା ସହ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କଲେ ଦଳ ବିଜୟୀ ଲାଭ କରିବା ବୋଲି ଦୃଢ଼ୋକ୍ତି କରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା