ରାଜନୈତିକ ଗୋଷ୍ଠୀ କନ୍ଦଳ, ଆଠମଲ୍ଲିକ ପଞ୍ଚାୟତରେ ବିକାଶ ଠପ୍

ଆଠମଲ୍ଲିକ (ବଡ଼ ଖବର ବ୍ୟୁରୋ):ରାଜନୈତିକ ଗୋଷ୍ଠୀ କନ୍ଦଳ । ବାଧାପ୍ରାପ୍ତ ଆଠମଲ୍ଲିକ ପଞ୍ଚାୟତରେ ବିକାଶ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି-ବିଜେଡି ମଧ୍ୟରେ ଫାଟ ହୋଇଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଗୋଟାଏ ପକ୍ଷରେ ନିର୍ବାଚିତ ପ୍ରତିନିଧି ବିଧାୟକ ରମେଶ ଚନ୍ଦ୍ର ସାଏ ଏବଂ ଅନ୍ୟ ପକ୍ଷରେ ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ନଳିନୀ କାନ୍ତ ପ୍ରଧାନ । ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ତୁ ତୁ ମେ ମେ ଚାଲିଛି । ଏହା ଫଳରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିକାଶ ହୋଇ ପାରୁ ନାହିଁ ଏଭଳି ଅଭିଯୋଗ କରିଛନ୍ତି ଆଠମଲ୍ଲିକର ଯୁବ ସମାଜ ସେବୀ ଅର୍ଜ୍ଜୁନ ସାହୁ। ଏହାକୁ ବିରୋଧ କରି ଅର୍ଜ୍ଜୁନ ସାହୁଙ୍କ ନେତୃତ୍ବରେ ଆଠମଲ୍ଲିକ ଅଞ୍ଚଳର ଜନସାଧାରଣ ଶୁକ୍ରବାର ଆଠମଲ୍ଲିକ ମା’ ମାହେଶ୍ଵରୀ ମନ୍ଦିର ଠାରୁ ବାହାରି ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’