Masthead

ଆତିଶି ଆପର ଖଳନାୟିକା: ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ରଣକ୍ଷେତ୍ର ପାଲଟିଥିଲା ଏମସିଡି ସଭାଗୃହ । ମାରପିଟରେ ବିଜେପିର ଜଣେ କାଉନସିଲର ଆହତ ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଛି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ମାରପିଟ ଘଟଣା ପାଇଁ ବିଜେପି ସୋଶାଲ ମିଡିଆରେ ଆମ ଆଦମୀ ପାର୍ଟିର ନେତ୍ରୀ ଆତିଶିଙ୍କୁ ଦାୟୀ କରିଛି। ଆତିଶିଙ୍କ ପାଇଁ ଏମସିଡି ସଭାଗୃହରେ ସବୁ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ଦଳ ଅଭିଯୋଗ କରିଛି।

ଏନେଇ ବିଜେପି ପକ୍ଷରୁ ଆତିଶିଙ୍କ ଗୋଟିଏ ଫିଲ୍ମ ଭଳି ପୋଷ୍ଟର ଜାରି କରାଯାଇଛି। ଏଥିରେ ମେୟର ଶେଲୀ ଓବାୟଙ୍କ ଫଟୋ ମଧ୍ୟ ରହିଛି। ଏମସିଡିରେ ଯାହା ବି ଘଟୁଛି, ତାହା ଗୋଟିଏ ପ୍ରାୟୋଜିତ ଫିଲ୍ମ ବୋଲି ଦଳ କହିଛି। ଉକ୍ତ ପୋଷ୍ଟରକୁ ଶେୟାର କରି ଦଳ ଲେଖିଛି ଯେ “ଆପର ଖଳନାୟିକା, ଯିଏ ଏମସିଡି ସଭାଗୃହରେ ବିଶୃଙ୍ଖଳା ସୃଷ୍ଟିର କାରଣ।”

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ