Masthead

ମହିଳା କ୍ରିକେଟ ମହାକୁମ୍ଭ ପାଇଁ ଚାଲିଛି ଅକ୍ସନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆରମ୍ଭ ହେବାକୁ ଯାଉଛି ମହିଳା କ୍ରିକେଟ ମହାକୁମ୍ଭ । ଆଇପିଏଲ ଢାଞ୍ଚାରେ ଖେଳାଯିବ ମହିଳା ପ୍ରିମିୟର ଲିଗ ବା ଡବ୍ଲୁପିଏଲ । ତେବେ ଡବ୍ଲୁପିଏଲର ପ୍ରଥମ ସିଜିନ ପାଇଁ ଆଜି ଆରମ୍ଭ ହୋଇଛି ନିଲାମ ପ୍ରକ୍ରିୟା । ମୁମ୍ବାଇର ଏକ ଷ୍ଟାର ହୋଟେଲରେ ଚାଲିିଛି ଏହି ନିଲାମି । ଏ ପଯ୍ୟର୍ନ୍ତ ହୋଇଥିବା ନିଲାମିରେ ଭାରତର ଦୁଇ ଷ୍ଟାର ଖେଳାଳିଙ୍କର ନିଲାମି ସରିଛି । ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବା ବେଳେ ଷ୍ଟାର ଓପନର ସ୍ମୃତି ମାନ୍ଧନାଙ୍କୁ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସ୍ମୃତିଙ୍କୁ ବାଙ୍ଗାଲୋର ୩.୪୦ କୋଟିରେ କିଣିଥିବା ବେଳେ ୧.୮୦ କୋଟିରେ ମୁମ୍ବାଇ ପାଇଁ ବିକ୍ରି ହୋଇଛନ୍ତି ହରମନ ।

ତେବେ ଉଭୟଙ୍କ ପ୍ରାରମ୍ଭିକ ମୂଲ୍ୟ ୫୦ ଲକ୍ଷ ଥିଲା ବେଳେ ସମସ୍ତ ଫ୍ରାନଚଇଜ ଉଭୟଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଶେଷରେ ଏହି ଦୁଇ ଟିମ ବାଜି ମାରିଛନ୍ତି । ସୂଚନା ଥାଉ କି ଡବ୍ଲୁପିଏଲ ପାଇଁ ମୋଟ ୪୦୯ ଖେଳାଙ୍କ ନିଲାମି କରାଯିବ । ଯେଉଁଥିରେ ୨୦୦ ଭାରତୀୟ ଖେଳାଳି ରହିଛନ୍ତି । ତେବେ ଏହି ଲିଗରେ ଭାରତ ସାଙ୍ଗକୁ ଅଷ୍ଟ୍ରେଲିଆ, ଇଂଲଣ୍ଡ,ୱେଷ୍ଟେଣ୍ଡିଜ ଭଳି ଦେଶର ଖେଳାଳି ସାମିଲ ହୋଇଛନ୍ତି । ତେବେ ନିଲାମିରେ ମୋଟ ୪୦୯ ଖେଳାଳିଙ୍କ ମଧ୍ୟରୁ ୯୦ ଜଣ ଖେଳାଳିଙ୍କର ବିକ୍ରି ହେବ । ସେହିଭଳି ପ୍ରତ୍ୟେକ ଟିମ ୧୨ କୋଟିରୁ ଆଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ । ଡବ୍ଲୁପିଏଲରେ ଭାଗ ନେଇଥିବା ଫ୍ରାନଚାଇଜ ଗୁଡିକ ହେଲା ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲର, ଗୁଜୁରାଟ ଜଣ୍ଟସ୍, ୟୁପି ୱାରିଅର, ଦିଲ୍ଲୀ କ୍ୟାପିଟାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ