Masthead

ସବୁଠୁ ଧନୀ ଜିଲ୍ଲାରେ ଏମିତି…….

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଓଡ଼ିଶାର ସବୁଠାରୁ ଧନୀ ଜିଲ୍ଲା ଭାବେ ଆମେ କେନ୍ଦୁଝରକୁ ବୁଝୁ । ପୁଣି ଏହି ଜିଲ୍ଲାରେ କୋଟିପତି ଖଣି ମାଲିକଙ୍କ ଅଭାବ ନାହିଁ । ଏହା ସତ୍ତେ୍ୱ ଜଣେ ଅଜଣା ମହିଳା ସରକାରୀ ଗ୍ୟାରେଜରେ ପଡି ପଡି ମରିବା ଘଟଣା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ବଡ଼ବିଲ ପୌରପରିଷଦ ଗ୍ୟାରେଜ ଭିତରେ ଜଣେ ଅଜଣା ମହିଳା ୭ଦିନ ହେବ ରହିଆସୁଥିଲେ । ଏହି ଅସହାୟା ବୃଦ୍ଧା ଜଣକ କାର୍ଯ୍ୟ ନିର୍ବହୀ ଅଧିକାରୀଙ୍କ ହେପାଜତରେ ସେଠାରେ ଥିଲେ । ତେବେ ଆଜି ଦିନ ୧୦ଟାରେ ସେ ମରିପଡିଥିବା କିଛି ଲୋକ ଦେଖିଥିଲେ ।
ଖାଦ୍ୟାଭାବ ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଜଣେ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଥାଇ ଅସହାୟ ମହିଳାଙ୍କ ମୃତ୍ୟୁକୁ ସହଜରେ ହଜମ କରି ପାରୁନାହାନ୍ତି ସାଧାରଣ ଜନତା ।
ବଡ଼ବିଲ ପାଇଁ ପ୍ରକୃତିର ଅବଦାନ କିଛି କମ୍ ନୁହେଁ । ସହର ଲୁହା ପଥର ପାଇଁ ଏହି ଅଞ୍ଚଳ ସାରା ବିଶ୍ୱ ପରିଚିତ । ଏଠାରୁ କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ଆକାରରେ ନେଉଛନ୍ତି । ଗଢିଉଠିଛି ଅନେକ କଳକାରଖାନା । କୋଟିପତିଙ୍କର ଏଠାରେ ଅଭାବ ନାହିଁ । ହେଲେ ଜଣେ ଅନାଥ ବୃଦ୍ଧାଙ୍କ ପାଇଁ ସମସ୍ତେ ନିରବ । ଅଞ୍ଚଳର ବିକାକା ପାଇଁ ମଳୁଥିବା ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଇଛି । ଏଠାରେ ନା ଗୋଟେ ଭଲ ହସ୍ପିଟାଲ ଅଛି, ରାସ୍ତ । ଅନାଥ ଲୋକ ପାଇଁ ଆଶ୍ରମ ମଧ୍ୟ ନାହିଁ । ଏଠାରେ କିଏ ରାସ୍ତ କଡ଼ରେ ଛୁଆ ଜନ୍ମ କରୁଛି ତ କିଏ ରାସ୍ତରେ ମରିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ