ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଏବଂ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର । ସମଗ୍ର ବିଶ୍ୱ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ, ସମ୍ମାନ ଏବଂ ପରମ୍ପରାର ଉଦାହରଣ ଦେଇଥାଏ । ସଂସଦର ପରମ୍ପରା ହେଉଛି ଗଣତନ୍ତ୍ରର ଆତ୍ମା । ସାଂସଦ ପଦ ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ। ଆଇନ ଠାରୁ ଆରମ୍ଭ କରି ବଜେଟ୍ ପର୍ୟ୍ୟନ୍ତ ସାଂସଦମାନେ ଜନସାଧାରଣ ତଥା ଦେଶର ଉନ୍ନତି ପାଇଁ ବିଲ ପାସ୍ କରନ୍ତି। ସଂସଦ ହେଉଛି ସେହି ସ୍ଥାନ ଯେଉଁଠାରେ ଦେଶର ଭବିଷ୍ୟତ ସ୍ଥିର ହୋଇଥାଏ। ଏକ ଶକ୍ତିଶାଳୀ ସଂସଦୀୟ ଗଣତନ୍ତ୍ର ସାଂସଦମାନଙ୍କୁ ସେମାନଙ୍କର ଦାୟିତ୍ୱକୁ ସକ୍ରିୟ ଏବଂ ସଚ୍ଚୋଟ ଭାବରେ ପାଳନ କରିବାକୁ ଆବଶ୍ୟକ କରେ ।
ଉତ୍କର୍ଷ ସମ୍ମାନ – ଏକ ସାମାଜିକ ପରମ୍ପରା । ବହୁ ବର୍ଷ ପୂର୍ବେ ଏକ ଦାୟିତ୍ୱପ୍ରାପ୍ତ ଗଣମାଧ୍ୟମ ହୋଇ ଫେମ୍ ଇଣ୍ଡିଆ ମାଗାଜିନ୍ ଉତ୍କର୍ଷତାକୁ ସମ୍ମାନ କରିବାର ସାମାଜିକ ପରମ୍ପରାକୁ ଆଗକୁ ବଢାଇଛି । ପ୍ରକୃତରେ ଭଲ କାମ କରୁଥିବା ସାଂସଦମାନଙ୍କୁ ଏବଂ ସେମାନଙ୍କ କାର୍ୟ୍ୟକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ଚେଷ୍ଟା କରିଛି । ସର୍ଭେ ଏଜେନ୍ସି ଏସିଆ ପୋଷ୍ଟ ସହିତ ମିଳିତ ଭାବେ ଏକ ଲମ୍ବା ସର୍ଭେ ଏବଂ ଗ୍ରାଉଣ୍ଡ ରିପୋର୍ଟ ମାଧ୍ୟମରେ ଫେମ ଇଣ୍ଡିଆ ମାଗାଜିନ ୨୫ ଜଣ ସାଂସଦଙ୍କୁ ଚିହ୍ନଟ କରିଛି । ଯେଉଁମାନେ ଜନସେବା, ସାମାଜିକ ସେବା, ଜନ ସଚେତନତା ଠାରୁ ଆରମ୍ଭ କରି ସଂସଦ ପର୍ୟ୍ୟନ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦୃଦ୍ଧି କରିବାରେ ଚମତ୍କାର କାର୍ୟ୍ୟ କରିଛନ୍ତି । ଏହି ସର୍ଭେରେ ସାଂସଦ ମାନଙ୍କୁ ଜନସାଧାରଣଙ୍କ ଯୋଗଦାନ, ପ୍ରଭାବ, ପ୍ରତିଛବି, ପରିଚୟ, କାର୍ଯ୍ୟ କରିବାର ଶୈଳୀ,ଗୃହରେ ଉପସ୍ଥିତି, ବିତର୍କରେ ଅଂଶଗ୍ରହଣ, ବ୍ୟକ୍ତିଗତ ବିଲ୍, ଗୃହରେ ପ୍ରଶ୍ନ, ସାଂସଦ ପାଣ୍ଠିର ସଠିକ୍ ବ୍ୟବହାର ଏବଂ ସାମାଜିକ ଅଂଶଗ୍ରହଣକୁ ମୁଖ୍ୟ ମାନଦଣ୍ଡ ଭାବରେ ପ୍ରସ୍ତୁତ କରାଯାଇଥାଏ । ଏହି ତାଲିକାରେ ୨୫ ଟି ବିଭିନ୍ନ ବର୍ଗ ପାଇଁ ଦେଶର ୫୪୨ ସାଂସଦଙ୍କ ମଧ୍ୟରୁ ସର୍ବୋତ୍ତମ ଚୟନରେ ଜନସାଧାରଣ, ଅନଲାଇନ୍ ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଠାରୁ ଷ୍ଟକ୍ ହୋଲ୍ଡ୍ ପଦ୍ଧତି ଏବଂ ଲୋକସଭା ସାଇଟରେ ଉପଲବ୍ଧ ପ୍ରମୁଖ ତଥ୍ୟ ଅର୍ଥାତ୍ ମୋଟ ଦଶ ପଏଣ୍ଟ ଉପରେ ସିଧାସଳଖ ପଚରାଯାଇଥିବା ପ୍ରଶ୍ନ ଉପରେ ଆଧାର କରି ଏହି ସର୍ଭେ କରାଯାଇଥିଲା।
ଫେମ୍ ଇଣ୍ଡିଆ ମାଗାଜିନ୍ – ଏସିଆ ପୋଷ୍ଟ ଶ୍ରେଷ୍ଠ ସଂସଦ ସର୍ଭେ ୨୦୨୧ ପ୍ରଭାବଶାଳୀ ସାଂସଦ ଭାବରେ ସିଆର ପାଟିଲଙ୍କୁ ମନୋନୟନ କରା ଯାଇଥିବାବେଳେ ସେହିପରି ଉତ୍କୃଷ୍ଟ- ଭର୍ତୁହରି ମହତାବ,ଯୋଗ୍ୟ -ସଞ୍ଜୟ ଜୟସୱାଲ, ପ୍ରଭାବଶାଳୀ – ରାଓ ଉଦୟ ପ୍ରତାପ ସିଂଶକ୍ତିଶାଳୀ – ନିଶିକାନ୍ତ ଦୁବେ, ଅନୁଭବୀ- କୋଡିକୁତ୍ରିଲ ସୁରେ, ପ୍ରେରଣାଦାତା – ରାଜେନ୍ଦ୍ର ଅଗ୍ରୱାଲ,କର୍ମଠ – ବିନାୟକ ରାଉ,କଳ୍ପନା – ଅଜୟ ଭଟ୍ଟ ,କର୍ତ୍ତବ୍ୟନିଷ୍ଠ-ସୁରେଶ କୁମାର କାଶ୍ୟପ,ବ୍ୟକ୍ତିତ୍ୱ – ଗୋପାଳ ଶେଟ୍ଟ,ସମ୍ବେଦନଶୀଳ – ଜୁଗଳ କିଶୋର ଶର୍ମା,ଅଗ୍ରଗାମୀ – ପ୍ରଭେଶ ଭର୍ମା,ବିଶିଷ୍ଟ – ଭୀମ୍ରାଓ ବି ପାଟ,ଶକ୍ତିଶାଳୀ – ଧରମବୀର ସି,କର୍ମଯୋଦ୍ଧା – ହନୁମାନ ବେନିୱ, ଦକ୍ଷ ଆଚରଣ – ବିନୋଦ ଚାଭଡା,ସଫଳ – ରାହୁଲ ଶେୱାଲ,ଆଇକନ୍ – ରାଜୁ ସିଂ ବିଶ୍, ଦୂରଦୃଷ୍ଟି – ଅପରାଜିତା ସଡଙ୍ଗ, ଚର୍ଚିତ – ନବନୀତ୍ ରାଣା,ଉଦ୍ଦେଶ୍ୟମୂଳକ – ହରିଶ ଦ୍ୱିବେଦୀ,ସକ୍ରିୟ – ଦିଲୀପ ସାଇକିଆ,ଦାୟିତ୍ୱବୋଧକ – ଦୀନେଶ ଚନ୍ଦ୍ର ଯାଦବ,ଜାଗ୍ରୁକ୍ – ଚୁନି ଲାଲ ସାହୁଙ୍କୁ ଚୟନ କରାଯାଇଛି ।

Leave a Reply

Your email address will not be published. Required fields are marked *