Masthead

ବାହାନଗା ଟ୍ରେନ ଟ୍ରାଜେଡି, ତ୍ରୁଟି ସତ୍ତ୍ୱେ ହୋଇନଥିଲା ଯାଞ୍ଚ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):   ବାହାନଗା ଟ୍ରେନ ଟ୍ରାଜେଡି । ଘଟଣାକୁ ପୂରିଲାଣି ୧୧ ଦିନ । ହେଲେ କାହିଁକି ଘଟିଲା ଦୁର୍ଘଟଣା ଏଯାଏଁ ବାହାରିପାରୁନି ନିଷ୍କର୍ଷ । ସେପଟେ ତଦନ୍ତ ଜୋରଦାର ଚଳାଇଛି ସିବିଆଇ । ସିବିଆଇ ଟିମ ଜଣେ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଓ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ସୂଚନା ମିଳିଛି । ଯାଞ୍ଚ ବେଳେ ସିବିଆଇ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଜୁନ୍ ୨ ତାରିଖ ଦୁର୍ଘଟଣା ଦିନ ସକାଳେ ବାହାନଗା ବଜାର ଷ୍ଟେସନରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଏହି ତ୍ରୁଟି ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ପରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଟେକ୍ନିସିଆନଙ୍କୁ ଡାକିଥିଲେ । ହେଲେ ସେ ଆସିବାକ ବିଳମ୍ବ କରିବାରୁ ସିଗନାଲ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ । ଦିନ ପ୍ରାୟ ୧୧ଟା ବେଳେକୁ ଟେକ୍ନିସିଆନ ସିଗନାଲ ବ୍ୟବସ୍ଥାକୁ ଠିକ୍ କରି ଦେଇଥିଲେ ।ପରେ ସିଗନାଲିଂ ବ୍ୟବସ୍ଥା ଠିକ୍ ଭାବେ କାମ କରୁଛି କି ନାହିଁ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଆଉ ଯାଞ୍ଚ କରିନଥିଲେ । ଆଉ ଯେଉଁଥିପାଇଁ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଥିଲା ବୋଲି ସିବିଆଇ ହାତରେ ପ୍ରମାଣ ଲାଗିଥିବା ଜାଣିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ