Masthead

ସହିଦଙ୍କୁ ପିଏମଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାର୍ଲାମେଣ୍ଟ ଆକ୍ରମଣକୁ ପୂରିଲା ୧୯ ବର୍ଷ । ଆଜିର ଦିନରେ ୫ ଜଣ ଆତଙ୍କବାଦୀ ଗଣତନ୍ତ୍ରର ପବିତ୍ର ମନ୍ଦିର ସଂସଦ ଭବନରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଲୋକସଭା ଅଧିବେଶନ ଚାଲିଥିବା ବେଳେ ଗୃହ ମୁଲତବୀ ଥିଲା । ଏହାର ସୁଯୋଗ ନେଇ ଲସ୍କର-ଏ-ତୋଏବା ଓ ଜୈସ-ଓ-ମହମ୍ମଦ ଆତଙ୍କବାଦୀ ସଂଗଠନର ପାଞ୍ଚ ଆତଙ୍କବାଦ କାରରେ ଆସିଥିଲେ । ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ସଂସସଦ ଭବନ ପରିସରକୁ ପ୍ରବେଶ କରିଥିଲେ । ପରେ ସେମାନେ ୫ ଭାଗରେ ବିଭକ୍ତ ହୋଇ ଏକେ -୪୭ରୁ ଆଖି ବୁଜା ଗୁଳି ବର୍ଷଣ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଟଳିଥିଲେ ଦିଲ୍ଲୀ ପୋଲିସ ୫ ସାହାସୀ ଯବାନମାନେ । ଏହିମାନଙ୍କ ମଧ୍ୟରେ ଜଣେ ମହିଲା ପୋଲିସ କର୍ମଚାରୀ ମଧ୍ୟ ଥିଲେ । ଏହା ବାଦ୍ ୨ଜଣ ଥିଲେ ସଂସଦ ଭବନର ସୁରକ୍ଷା କର୍ମୀ । ଜଣେ ମାଳୀ ଓ ଜଣେ ଫୋଟଗ୍ରାଫର । ଦୀର୍ଘ ୩୦ ମିନିଟ ଧରି ଆତଙ୍କ ରଚାଇଥିଲେ ଆତଙ୍କବାଦୀମାନେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୫ ଆତଙ୍କବାଦୀଙ୍କୁ ଜୀବନ୍ତରେ ଗିରଫ କରାଯାଇଥିଲା । ୩ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ଆଫଜଲ୍ ଗୁରୁଙ୍କ ୨୦୧୩ ରେ ଫାଶୀ ଖୁଣ୍ଟରେ ଝୁଲା ଯାଇଥିଲା । ଏହି ସହିଦମାନଙ୍କ ବିରତ୍ୱକୁ ଉଚ୍ଚ ପ୍ରଶଂସା କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା