Masthead

ବାଖମୁଟ ଦଖଲ କଲା ରୁଷ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନର ବାଖମୁଟ ସହରକୁ ରୁଷ ଦଖଲ କରିଛି । ଯାହାକୁ ନେଇ ରୁଷୀୟ ଘରୋଇ ସେନା ‘ୱାଗ୍ନର୍ ଗ୍ରୁପ୍’ର ମୁଖ୍ୟ କହିଛନ୍ତି । ଲଢ଼େଇ ଚାଲିଛି କହି କିବ୍ ତାଙ୍କ ଦାବିକୁ ଅଗ୍ରାହ୍ୟ କରିଛି। ‘ଟେଲିଗ୍ରାମ୍’ରେ ପୋଷ୍ଟ୍ ହୋଇଥିବା ଏବଂ ‘ସିଏନ୍ଏନ୍’ ଦ୍ବାରା ଅନୁବାଦିତ ହୋଇଥିବା ଏକ ଭିଡିଓରେ ‘ୱାଗ୍ନର୍ ଗ୍ରୁପ୍’ର ସଂସ୍ଥାପକ ୟେଭ୍ଗେନି ପ୍ରିଗୋଝିନ୍ କହିଛନ୍ତି ଯେ, ବାକ୍ମୁଟ୍କୁ ଅଧିକାର କରିବା ଅଭିଯାନ ୨୨୪ ଦିନ ଧରି ଚାଲିଥିଲା।

ସେ କହିଛନ୍ତି ଗତକାଲି ୧୨ଟା ବେଳେ ବାକ୍ମୁଟକୁ ସମ୍ପୂର୍ଣ୍ଣ ଦଖଲ କରାଯାଇଛି। କିନ୍ତୁ, ସହରର ସାମ୍ପ୍ରତିକ ପରିସ୍ଥିତି ଜଟିଳ ବୋଲି ୟୁକ୍ରେନୀୟ ଉପ-ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲିଆର୍ କହିଛନ୍ତି। ସେପଟେ, ‘ଜି-୭’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଜାପାନରେ ଥିବାରୁ ସର୍ବସାଧାରଣରେ ବାକ୍ମୁଟ୍ ନଗରୀ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ