Masthead

ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ବାଲେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ,ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର କରିଛି ଇଣ୍ଡେକ୍ସ । ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ବାଲେଶ୍ୱର । ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ବାଲେଶ୍ୱର ତୁଳନାରେ କମ୍ ପ୍ରଦୂଷିତ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିବିସିବି ତଥ୍ୟ ଅନୁଯାୟୀ, ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ବା ଅତି ସାଂଘାତିକ ସ୍ତରରେ ରହିଛି ।

ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି । ଯେତେବେଳେ କି ବାଲେଶ୍ୱରର ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୩୪ରେ ପହଂଚିଛି । ବିଗତ ସପ୍ତାହେ ହେଲା ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି । ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି ।

ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି। ସେହିପରି ଅନୁଗୋଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି। ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି। ଏହା ସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା