Before Header

ଭାଙ୍ଗିଲା ଲେଖାଶ୍ରୀଙ୍କ ପ୍ରଚାର ମଞ୍ଚ

0 1,231

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଭାଙ୍ଗିଲା ବିଜେଡିର ନିର୍ବାଚନ ପ୍ରଚାର ମଞ୍ଚ । ବାଲେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଥମ ଜଳେଶ୍ଵର ଗସ୍ତରେ ଭାଙ୍ଗିଲା ସଭା ମଂଚ । ଜଳେଶ୍ଵର ନିର୍ବାଚନ ମଣ୍ଡଳୀ କାଶୀଡିହା ଚନ୍ଦନ ପଡିଆରେ ଚାଲିଥିଲା ବିଜେଡି ଶକ୍ତି ପ୍ରଦର୍ଶନ ।

ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର ଓ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ମଞ୍ଚରେ ଜନତାଙ୍କୁ ଶୁଣାଉଥିଲେ ନିର୍ବାଚନୀ ମନ୍ତ୍ର । ସଭା ଶେଷ ବେଳକୁ ମଂଚ ଉପରକୁ ଚଢିଗଲେ ଦଳର ଅମାନିଆ ସମର୍ଥକ । ଯାହା ଦ୍ୱାରା ସଭାମଂଚ ଭାଙ୍ଗିଥିବା ଜଣାପଡ଼ିଛି । ଭୟରେ ପେଣ୍ଡାଲ ଛାଡ଼ି ପଳାଇଲେ ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ଓ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ।

Leave A Reply

Your email address will not be published.