Masthead

ବାଲିକୁଦା-ଏରସମା ବିଜେଡିରେ ବିଦ୍ରୋହ, ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ସଞ୍ଜୀବ ବିଶ୍ୱାଳ

ଏରସମା(ବଡ଼ ଖବର ବ୍ୟୁରୋ): ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜେଡିରେ ବିଦ୍ରୋହ ସେତେ ବଢ଼ି ଚାଲିଛି। ଆଜି ବାଲିକୁଦା କରକେଇ ପୀଠରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଶାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ବରେ ନିର୍ବାଚନ ପ୍ରସ୍ତୁତି ବୈଠକ ଚାଲୁଥିବାବେଳେ ବାଇକ ରାଲି କରିଛନ୍ତି ଅସନ୍ତୋଷ ବିଜେଡି ନେତା ସଞ୍ଜୀବ ବିଶ୍ବାଳ । ଯାହାକୁ ଦେଖି କିଛି ସମୟ ପାଇଁ ତାଯୁବ ହୋଇଯାଇଥିଲେ ଶାରଦା ପ୍ରସନ୍ନ ଜେନା।

ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୋ ପ୍ରତି ଅବିଚାର କରିଛନ୍ତି, ମୁଁ ଲୋକମାନଙ୍କ ସେବା ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବି ଆଉ ଜିତିବି ବୋଲି କହିଛନ୍ତି ସଞ୍ଜୀବ ବିଶ୍ବାଳ। ସେପଟେ ଉପରିସ୍ଥ ନେତୃତ୍ଵ ମାନଙ୍କ ଦ୍ବାରା ସଞ୍ଜୀବ ବିଶ୍ବାଳଙ୍କୁ ବୁଝାଇବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଶାରଦା ପ୍ରସନ୍ନ ଜେନା। ଯଦି ବିଜୁ ଜନତା ଦଳରେ ଏଭଳି ବିଦ୍ରୋହ ଲାଗିରହେ କିମ୍ଵା ଦଳର ଟାଣୁଆ ନେତା ସଞ୍ଜୀବ ବିଶ୍ବାଳ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତି ତେବେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜେଡି ହାତରୁ ଖସିଯିବାର ସମ୍ଭାବନା ଅଧିକ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ