Masthead

ଚାୟାଁପାଳ ଶକ୍ତିପୀଠରେ ବାସନ୍ତୀ ଦୁର୍ଗାପୂଜା, ଶ୍ରୀକ୍ଷେତ୍ରରୁ ପହଂଚିଲା ଆଜ୍ଞାମାଳ

ମାହାଙ୍ଗାବଡ଼ ଖବର ବ୍ୟୁରୋ):ଚାୟାଁପାଳ ଶକ୍ତି ପୀଠରେ ଚାଲିଛି ବାସନ୍ତୀ ଦୁର୍ଗାପୂଜା । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ନଦୀ ଅବବାହିକାରେ ଅବସ୍ଥିତ ଶାକ୍ତପୀଠ ଚାୟାଁପାଳ ଠାରେ ଦୀର୍ଘ ୩ ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବାସନ୍ତୀ ଦୁର୍ଗା ଏବଂ ଶାରଦୀୟ ଦୁର୍ଗା ପୂଜା ବଙ୍ଗୀୟ ପରିବାର ପକ୍ଷରୁ ଅନୁଷ୍ଠିତ ହୋଇଆସୁଛି । ମାଆଙ୍କ ଷଷ୍ଠୀ ତିଥିରେ ଶ୍ରୀକ୍ଷେତ୍ରରୁ ପ୍ରଭୁଙ୍କ ପୂଜାପଣ୍ଡା ସେବକ ମାନେ ଆଜ୍ଞାମାଳ ନେଇ ମାଆଙ୍କ ପୀଠରେ ପହଂଚିବା ପରେ ଗ୍ରାମବାସୀମାନେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଭୁଙ୍କ ୩ ସେବକ ନବ ନିର୍ମିତ ମେଢ଼କୁ ଉଦଘାଟନ କରିଥିଲେ ।

ହଜାର ହଜାର ଶ୍ରଦ୍ଧାଳୁ ଜଗତ ଜନନୀ ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ଏକତ୍ରିତ ହେବା ଦେଖିବାକୁ ମିଳିଥିଲା । ଚାୟାଁପାଳ ବାସନ୍ତୀ ଦୁର୍ଗା ପୂଜାର ପ୍ରାଚୀନ ଇତିହାସ ଏବଂ ଶ୍ରୀଜଗନ୍ନାଥ ତତ୍ତ୍ୱ ଉପରେ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାପଣ୍ଡା ମାନେ ବହୁ ଉପାଦେୟ ଆଲୋଚନା କରିବା ଦେଖିବାକୁ ମିଳିଥିଲା । ଭାଇଚାରା, ସଦଭାବନା ଏବଂ ସାମାଜିକ ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ନିଦର୍ଶନ ପାଲଟିଛି ଚାୟାଁପାଳର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି