Masthead

ଯୋଗାଣ ବିଭାଗ ଓ ମିଲର୍ସଙ୍କ ବସ୍ତା ପରିବହନ ଦୁର୍ନୀତି, ଆଜି ତଦନ୍ତ କରିବ ଲୋକପାଳଙ୍କ ଟିମ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ):ଖରା, ବର୍ଷା ଓ ଶୀତରେ ବିତୁଛି ଜୀବନ । କେଉଁଦିନ ପଡିବ ପାଳି । ଧାନ ମଣ୍ଡିରେ ଦେବା ବଦଳରେ ମିଲ୍ ଆଗରେ ଚାଷୀଙ୍କ ଭିଡ । ଧାନ ବୋଝେଇ ଗାଡିରେ ଟୋକନ ଧରି ବସିଛି ଚାଷୀ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ମା ଦୁର୍ଗା ରାଇସ୍ ମିଲ୍ ଓ ସିମ୍ବଲ ଫୁଡ୍ ପ୍ରାଇଭେଟ ଲିମିଟେଡ ରାଇସ୍ ମିଲର୍ସଙ୍କ ମନମାନି ଯୋଗୁଁ ଚାଷୀ ହେଉଛନ୍ତି ହନ୍ତସନ୍ତ । ଚାଷୀଙ୍କ ସୁବିଧା ସୁଯୋଗ ଲୁଟୁଛନ୍ତି ମିଲର୍ସ ମାନେ । ଯୋଗାଣ ବିଭାଗ ଓ ମିଲର୍ସଙ୍କ ମିଲିଭଗତରେ ଦୁଇ ବର୍ଷରେ ବସ୍ତା ଓ ପରିବହନ ବାବଦକୁ ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଲୁଟ ହୋଇଥିଲା । ଅଭିଯୋଗ ପରେ ଆଜି ବାସୁଦେବପୁରରେ ତଦନ୍ତ ପାଇଁ ପହଂଚିବେ ଲୋକପାଳଙ୍କର ତଦନ୍ତକାରୀ ଟିମ । ମିଲର୍ସଙ୍କ କଟନି ଛଟନି ପରେ ଆଖି ପଡିଛି ଧାନ ଅଖା ଓ ପରିବହନ ଟଙ୍କା ଉପରେ । ଏବେ ଏହି ଦିର୍ନୀତିର ପେଡି ଖୋଲୁଛି ସୂଚନା ଅଧିକାରୀ ଆଇନରୁ ମିଳିଥିବା ରୋଚକ ତଥ୍ୟରୁ । ଯୋଗାଣ ବିଭାଗ କୋଟି କୋଟି ଟଙ୍କାର ଦୁର୍ନୀତିକୁ ଘଣ୍ଟ ଘୋଡାଉଥିବା ବେଳେ ସାମାଜିକ କର୍ମୀଙ୍କ ସୂଚନା ଅଧିକାର ତଥ୍ୟ ଆଧାରରେ ଲୋକପାଳଙ୍କ ଠାରେ ଅଭିଯୋଗ ହୋଇଥିଲା ।

ସମସ୍ତ ନଥିପତ୍ର ଯାଞ୍ଚ କରିବା ପରେ ଲୋକପାଳଙ୍କ ବେଞ୍ଚ ପ୍ରତ୍ୟକ୍ଷ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଛନ୍ତି । । ସୂଚନା କର୍ମୀ ମାଗିଥିବା ସୂଚନା ଅନୁସାରେ ୨୦୨୦-୨୧ ମସିହାରେ ସିମ୍ବଲ ରାଇସ ମିଲ ୧୬୬୨୩୦ କୁଇଣ୍ଟାଲ , ଦୁର୍ଗା ରାଇସ ମିଲ ୧୭୮୭୬୬୩୭ କୁଇଣ୍ଟାଲ କ୍ରୟ କରିଥିବା ବେଳେ । ୨୦୨୧-୨୨ରେ ସିମ୍ବଲ ରାଇସ ମିଲ ୨୧୯୧୫୦୪୭ କୁଇଣ୍ଟାଲ ଓ ଦୁର୍ଗା ରାଇସ ମିଲ ୧୯୬୩୫୧୦୮ କୁଇଣ୍ଟାଲ ଧାନ କ୍ରୟ କରିଥିଲା । ଧାନ କ୍ରୟ କରିବା ପାଇଁ ସରକାରଙ୍କ ଠାରୁ ଆସୁଥିବା ମିଲର୍ସଙ୍କୁ ଅଖା ବସ୍ତା ଓ ପରିବହନ କରିବା ପାଇଁ ଅର୍ଥ ଯୋଗାଇ ଦଉଛନ୍ତି । ଟୋକନ ତାରିଖ ଚାଲିଯିବା ଭୟରେ ଶହଶହ ଚାଷୀ ନିଜସ୍ୱ ଖର୍ଚ୍ଚରେ ପଲିଥିନ ଧାନ ବସ୍ତା ଓ ଭଡାଗାଡିରେ ଧାନ ଆଣି ମିଲରେ ପକାଉଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।ଧାନ କୁଇଟାଲ ପିଛା ୬ % ରୁ ୮ % ପ୍ରତିଶତ କାଟିବା ପରେ ମିଲର୍ସ ମନଇଛା କାଟି ଦେଉଛନ୍ତି ଟିପି । ଯାହା ଆରଟିଆଇ ତଥ୍ୟ ମିଳିବା ପରେ ମିଲର୍ସଙ୍କ ଦୁର୍ନୀତିର ଚେର ପଦାକୁ ଆସିଛି । ଗୋଟିଏ ନୁହେଁ କି ଦୁଇଟା ନୁହେଁ । ସବୁ ଗାଡିରେ ପଲିଥିନ ବସ୍ତା । ଚାଷୀ ନିଜସ୍ୱ ଅର୍ଥରେ ପଲିଥିନ ବସ୍ତା କିଣୁଛି ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତ ଓ ପୌରପାଳିକାର ୨୩ ୱାର୍ଡ଼ ରେ ୨୦୨୧ ଓ ୨୦୨୨ ମସିହାରେ ଖୋଲିଛି ୨୭ ଗୋଟି ମଣ୍ଡି । ଚାଷୀ ଧାନ ବିକ୍ରି କରିବେ ମଣ୍ଡିରେ ।

ଟୋକନ ପାଇଥିବା ଚାଷୀ ମଣ୍ଡିରେ ପକାଇବେ ଧାନ । ମଣ୍ଡି ଚାଷୀଙ୍କୁ ଯୋଗାଇ ଦେବ ବସ୍ତା । ମଣ୍ଡିରୁ ମିଲର ଗାଡିରେ ଧାନ ପରିବହନ କରି ମିଲକୁ ନେବେ ଧାନ । ଏଥି ପାଇଁ ସରକାର ପରିବହନ ପାଇଁ ମିଲର୍ସଙ୍କୁ କୁଇଣ୍ଟାଲ ପିଛା ୧୮ଟଙ୍କା ୪୭ ପଇସା ପ୍ରଦାନ କରୁଛନ୍ତି । ୨୦୨୦-୨୧ ମସିହାର ସିମ୍ବଲ ଫୁଡସ୍ ପ୍ରାଇଭେଟ ଲିମିଟେଡ ମିଲ୍ ବସ୍ତା ବାବଦକୁ ୧୭ ଲକ୍ଷ ୭ ହଜାର ୯୩୪ ଟଙ୍କା ପାଇଥିବା ବେଳେ ପରିବହନ ପାଇଁ ୩୯ ଲକ୍ଷ ୯୬ ହଜାର ୬୭୫ ଟଙ୍କା ପାଇଛନ୍ତି । ଦୁର୍ଗା ରାଇସ୍ ମିଲ୍ ବସ୍ତା ବାବଦକୁ ୧୫ ଲକ୍ଷ ୮୮ ହଜାର ୧୨୧ ଟଙ୍କା ଓ ପରିବହନ ଖର୍ଚ୍ଚ ବାବଦକୁ ୩୭ ଲକ୍ଷ ୫୭ ହଜାର ୩୩୮ ଟଙ୍କା ପାଇଥିବାର ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ କାର୍ୟାଳୟରୁ ମିଳିଥିବା ସୂଚନା ଅଧିକାର ଆଇନ ତଥ୍ୟରୁ ଜଣାଯାଇଛି । ୨୦୨୧-୨୦୨୨ ମସିହାର ମା ଦୁର୍ଗା ରାଇସ୍ ମିଲ୍ ପରିବହନ ପାଇଁ ୧୪ ଲକ୍ଷ ୧୫ ହଜାର ୬୬୦ ଟଙ୍କାର ଆଂଶିକ ଅର୍ଥ ପୈଠ କରାଯାଇଛି । ହେଲେ ମିଲର୍ସଙ୍କ ଚାଷୀ ଶୋଷଣ ନିତି ପଦାକୁ ଆସିବା ପରେ ବର୍ଷକୁ କୋଟି କୋଟି ଦୁର୍ନୀତି ପଦାକୁ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ