Masthead

ଲାଞ୍ଚ ନଦେଲେ ମିଳୁନି ପାଣି, ପ୍ରତିବାଦରେ ରାସ୍ତା ଅବରୋଧ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ସାତ ଦିନ ହେବ ମିଳୁନି ପାନୀୟ ଜଳ। ପ୍ରତିବାଦରେ ରାସ୍ତା ଅବରୋଧ। ସରକାର ଵସୁଧା ଯୋଜନାରେ ଯୋଗାଇ ଦେଉଛନ୍ତି ପ୍ରତିଘରକୁ ପାନୀୟ ଜଳ। ହାଲେ ଏହି ସୁବିଧାରୁ କାହିଁକି ବଞ୍ଚିତ ଗ୍ରାମବାସୀ । ରସିଦରେ ଲେଖା ଅଛି ୪୦ ଟଙ୍କା ହେଲେ ଵାଵୁ ମାନେ ନେଉଛନ୍ତି ୬୦ ଟଙ୍କା। ଶେଷରେ ପାଣିରେ ଵି ପଶିଛି ପିସି। ବାସୁଦେବପୁର ବ୍ଲକ ଵିଦେଇପୁର ଗ୍ରାମ ପଞ୍ଚାୟତର ପ୍ରଧାନ ସାହି, ଗୋପାଳ ସାହି, ସେଠୀ ସାହି, ମହାନ୍ତି ସାହି, ଠାକୁରାଣୀ ସାହିକୁ ଦୀର୍ଘ ୭ ଦିନ ହେଵ ମିଳୁନି ପାନୀୟ ଜଳ। ଗାଁରେ ଥିବା ଏକ ମାତ୍ର ନଳକୂପରୁ ଵାହାରୁଛି ଲୁଣି ପାଣି। ଵଞ୍ଚିବାର ମୌଳିକ ଆବଶ୍ୟକତା ଟୋପାଏ ପାଣି ପାଇଁ ଲୋକମାନେ ହେଉଛନ୍ତି ହନ୍ତସନ୍ତ। ମାତ୍ର ସେଥିପ୍ରତି କାହାର ନିଘା ନାହିଁ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୭ ଦିନ ହେଲା ଵସୁଧା ଯୋଜନାରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯାହାକୁ ନେଇ ତାତିଛନ୍ତି ସାଧାରଣ ଜନତା ।

ଵିଦେଇପୁର ମଙ୍ଗଳା ଛକ ନିକଟରେ ବାଲଟି ଓ ଗରା ରଖି ଶହଶହ ମହିଳା ମାନେ ରାସ୍ତା ଅବରୋଧ କରିଛନ୍ତି । ଲୋକ ମାନଙ୍କର କହିବା କଥା ପ୍ରତିମାସ ଆମକୁ ୪୦ ଟଙ୍କାର ରସିଦ୍ ଦେଇ ଜଳ ଯୋଗାଉଥିବା ଵେଳେ ନେଉଥିଲେ କିନ୍ତୁ ୬୦ ଟଙ୍କା। ଏହାର ପ୍ରତିବାଦ କରିବାରୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ବାସୁଦେବପୁର ଜଳ ଓ ପରିମଳ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ପଚାରିବାରୁ ସେ କୈାଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ। ଫଳରେ ଲୋକ ମାନଙ୍କର ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଏଵେ ପ୍ରଶ୍ନ ଉଠୁଛି କିଛି ଦୁର୍ନିତି ଗ୍ରସ୍ତ କର୍ମଚାରୀ ଙ୍କ ପକେଟ୍ ଗରମ ପାଇଁ ପାନୀୟ ଜଳ ଯୋଗାଣ ରେ ଚାଲିଛି କି ମହାଘୋଟାଲା। ଟୋପାଏ ଜଳ ବିନା ସାଧାରଣ ଲୋକ ବିପଦ ମୁହଁ କୁ ଠେଲି ହୋଇଯିବା ପୂର୍ବରୁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି