Masthead

ଆତଙ୍କୀଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଶାହ; କହିଲେ ବିନା ବୁଲେଟ ପ୍ରୁଫରେ ଛିଡ଼ା ହୋଇଛି

ଜାମ୍ମୁ(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ଜାମ୍ମୁ ଗସ୍ତରେ ଅଛନ୍ତି ଦେଶର ଗୃହମନ୍ତ୍ରୀ ଅମିତ ଶାହ । ଶେଷ ଦିନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ତେବେ ଅଗଷ୍ଟ ୫ ତାରିଖ ପରେ ଜାମ୍ମୁ କାଶ୍ମୀରରେ କର୍ଫ୍ୟୁ ଲାଗାଇବା ଏବଂ ଇଣ୍ଟରନେଟ ବନ୍ଦ କରିନଥିଲେ ଅନେକ କାଶ୍ମୀରି ଯୁବକ ପ୍ରାଣ ହରାଇଥାନ୍ତେ । କାହିଁକିନା କାଶ୍ମୀରି ଯୁବକମାନଙ୍କୁ ବାରମ୍ବାର ଭ୍ରମିତ କରାଯାଇଥାଏ । ତେଣୁ ଆମର ଯେତିକି କର୍ତ୍ତବ୍ୟ କାଶ୍ମୀରିଙ୍କ ପାଇଁ ତାଙ୍କର ମଧ୍ୟ ଆମ ପାଇଁ ସେତିକି କର୍ତ୍ତବ୍ୟ ରହିଛି ବୋଲି ଗୃହମନ୍ତ୍ରୀ ଏହି ସଭାକୁ ସମ୍ବୋଧିତ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ସବୁବେଳେ ଜାମ୍ମୁ-କାଶ୍ମୀର ରହିଥାଏ । ତେଣୁ ଜାମ୍ମୁ-କାଶ୍ମୀରର ବିକାଶକୁ କେହି ରୋକି ପାରିବେ ନାହିଁ ।

ଆଉ ରହିଲା ଆତଙ୍କୀଙ୍କ ଭୟ । ଆତଙ୍କୀଙ୍କୁ ଭୟ ନକରି ବିନା ବୁଲେଟ ପ୍ରୁଭ ଜ୍ୟାକେଟରେ ଛିଡ଼ା ହୋଇ ଆପଣମାନଙ୍କୁ ସମ୍ବୋଧନ କରୁଛି ବୋଲି ଶାହ କହିଛନ୍ତି । ଏହା ସହ ପାକିସ୍ତାନ ଉପତ୍ୟକାକୁ ଯାଇ ମୁଁ ଲୋକଙ୍କ ସହ କଥା ହେବି । ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରବାସୀଙ୍କ ଜମି ଛଡ଼ାଇ ନେଇଯିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଏହା ସତ୍ୟ ନୁହେଁ । ଯିଏ ଏପରି ଅପପ୍ରଚାର କରୁଛି ସେମାନେ ଜାମ୍ମୁ-କାଶ୍ମୀରର ବିକାଶକୁ ରୋକିବାକୁ ଚାହୁଁଛନ୍ତି । ସେମାନେ ଦୀର୍ଘ ୭୦ ବର୍ଷର ଦୁର୍ନିତୀକୁ ଜାରି ରଖିବାକୁ ଚାହୁଁଛନ୍ତି । ହେଲେ ୭୦ ବର୍ଷର ଦୁର୍ନୀତିକୁ ଶେଷ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା