Before Header

ଆତଙ୍କୀଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଶାହ; କହିଲେ ବିନା ବୁଲେଟ ପ୍ରୁଫରେ ଛିଡ଼ା ହୋଇଛି

0 121

ଜାମ୍ମୁ(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ଜାମ୍ମୁ ଗସ୍ତରେ ଅଛନ୍ତି ଦେଶର ଗୃହମନ୍ତ୍ରୀ ଅମିତ ଶାହ । ଶେଷ ଦିନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ତେବେ ଅଗଷ୍ଟ ୫ ତାରିଖ ପରେ ଜାମ୍ମୁ କାଶ୍ମୀରରେ କର୍ଫ୍ୟୁ ଲାଗାଇବା ଏବଂ ଇଣ୍ଟରନେଟ ବନ୍ଦ କରିନଥିଲେ ଅନେକ କାଶ୍ମୀରି ଯୁବକ ପ୍ରାଣ ହରାଇଥାନ୍ତେ । କାହିଁକିନା କାଶ୍ମୀରି ଯୁବକମାନଙ୍କୁ ବାରମ୍ବାର ଭ୍ରମିତ କରାଯାଇଥାଏ । ତେଣୁ ଆମର ଯେତିକି କର୍ତ୍ତବ୍ୟ କାଶ୍ମୀରିଙ୍କ ପାଇଁ ତାଙ୍କର ମଧ୍ୟ ଆମ ପାଇଁ ସେତିକି କର୍ତ୍ତବ୍ୟ ରହିଛି ବୋଲି ଗୃହମନ୍ତ୍ରୀ ଏହି ସଭାକୁ ସମ୍ବୋଧିତ କରି କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ସବୁବେଳେ ଜାମ୍ମୁ-କାଶ୍ମୀର ରହିଥାଏ । ତେଣୁ ଜାମ୍ମୁ-କାଶ୍ମୀରର ବିକାଶକୁ କେହି ରୋକି ପାରିବେ ନାହିଁ ।

ଆଉ ରହିଲା ଆତଙ୍କୀଙ୍କ ଭୟ । ଆତଙ୍କୀଙ୍କୁ ଭୟ ନକରି ବିନା ବୁଲେଟ ପ୍ରୁଭ ଜ୍ୟାକେଟରେ ଛିଡ଼ା ହୋଇ ଆପଣମାନଙ୍କୁ ସମ୍ବୋଧନ କରୁଛି ବୋଲି ଶାହ କହିଛନ୍ତି । ଏହା ସହ ପାକିସ୍ତାନ ଉପତ୍ୟକାକୁ ଯାଇ ମୁଁ ଲୋକଙ୍କ ସହ କଥା ହେବି । ୩୭୦ ହଟିବା ପରେ ଜାମ୍ମୁ-କାଶ୍ମୀରବାସୀଙ୍କ ଜମି ଛଡ଼ାଇ ନେଇଯିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା । କିନ୍ତୁ ଏହା ସତ୍ୟ ନୁହେଁ । ଯିଏ ଏପରି ଅପପ୍ରଚାର କରୁଛି ସେମାନେ ଜାମ୍ମୁ-କାଶ୍ମୀରର ବିକାଶକୁ ରୋକିବାକୁ ଚାହୁଁଛନ୍ତି । ସେମାନେ ଦୀର୍ଘ ୭୦ ବର୍ଷର ଦୁର୍ନିତୀକୁ ଜାରି ରଖିବାକୁ ଚାହୁଁଛନ୍ତି । ହେଲେ ୭୦ ବର୍ଷର ଦୁର୍ନୀତିକୁ ଶେଷ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.