Before Header

ପୋଲିସ ବନାମ ମାଫିଆ

0 304

ବେଗୁନିଆ(ବଡ଼ ଖବର ବ୍ୟୁରୋ): ବେଗୁନିଆ ପୋଲିସ ଓ ତହସିଲ ପକ୍ଷରୁ ରାଉତପଡ଼ା ମାଙ୍କଡ଼ାପଥର ଖଣି ଉପରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ପୋଲିସ ଓ ମାଫିଆଙ୍କ ମଧ୍ୟରେ ହୋଇଥିଲା ମୁହାଁମୁହିଁ । ମାଫିଆମାନେ ପୋଲିସ ଓ ତହସିଲଦାରଙ୍କୁ ଢ଼େଲାମାରି ଫେରାର ହେବାରେ ସଫଳ ହୋଇଛନ୍ତି । ଯାହାକି ପୋଲିସ ଲାଗି ଚ୍ୟାଲେଞ୍ଜର ବିଷୟ ପାଲଟିଛି ।

ଶୁକ୍ରବାର ରାତିରେ ବେଗୁନିଆ ବ୍ଳକ ରାଉତପଡ଼ା ପଥର ଖଣିରେ ପୋଲିସ ଓ ତହସିଲ ପକ୍ଷରୁ ଚଢ଼ାଉ କରାଯାଇଥିଲା । ତହସିଲଦାର ପୃଥୀରାଜ ମଣ୍ଡଳ ଓ ବେଗୁନିଆ ପୋଲିସ ମିଳିତଭାବେ ଚଢ଼ାଉ କରିଥିଲେ । ୬ଟି ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ କରାଯାଇଛି । ମାଫିଆମାନେ ଢ଼େଲା ମାଡ଼ କରି ଖସି ଯିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.