Masthead

ଡିସେମ୍ବର ୩୦ରେ ଭାରତ ବନ୍ଦ ଡ଼ାକରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ଡିସେମ୍ବର ୩୦ରେ ଭାରତ ବନ୍ଦ ଡ଼ାକରା ଦେଇଛି ଏଏସଏ । ସରନା ଧର୍ମାବଲମ୍ବୀମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଆସୁଥିବାରୁ ଆଦିବାସୀ ସଙ୍ଗଠନ ଏଏସ୍‌ଏ ସେମାନଙ୍କ ସମର୍ଥନରେ ବାହାରିଛି। ଏଏସ୍‌ଏ ସଭାପତି ସଲଖାନ୍‌ ମୁର୍ମୁ କହିଛନ୍ତି, ସରନା ଧର୍ମ ଦେଶର ୧୫ କୋଟି ଆଦିବାସୀଙ୍କ ପରିଚୟ।

ଏହି ଆଦିବାସୀ ଧର୍ମକୁ ସ୍ବୀକୃତି ନ ଦେବା ଏକ ସାମ୍ବିଧାନିକ ଅପରାଧ ସଦୃଶ। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟ ଧର୍ମ ଗ୍ରହଣ ପାଇଁ ବାଧ୍ୟ କରାଯିବାର ତାତ୍ପର୍ଯ୍ୟ ହେଉଛି ସେମାନଙ୍କୁ ଦାସତ୍ୱର ଧର୍ମ ଆପଣାଇବାକୁ ବାଧ୍ୟ କରିବା। ଉଭୟ କଂଗ୍ରେସ ଓ ବିଜେପି ଆଦିବାସୀମାନଙ୍କୁ ସେମାନଙ୍କ ଧର୍ମରୁ ବଞ୍ଚିତ କରୁଛନ୍ତି ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ