Masthead

ବରଗଛ ମୂଳେ ଚାଲିଛି ପାଠ ପଢା

ଭୋଗରାଇ (ବଡ଼ ଖବର ବ୍ୟୁରୋ): ବର ଗଛ ମୂଳେ ଚାଲିଛି ପାଠ ପଢା । କିଛି ଛାତ୍ର ଛାତ୍ରୀ ବିଦ୍ୟାଳୟ କ୍ଲାସ ରୁମରେ ପାଠ ପଢ଼ୁଥିବା ବେଳେ ଆଉ କିଛି ପିଲା ବିଦ୍ୟାଳୟ ସମୁଖ ଗେଟ ଆଗରେ ଥିବା ବର ଗଛ ମୂଳେ ପାଠ ପଢୁଛନ୍ତି । ପ୍ରଧାନଶିକ୍ଷକଙ୍କ ବୈମାତୃକ ମନୋଭାବ ଯୋଗୁ କିଛି ଛାତ୍ରଛାତ୍ରୀଙ୍କ ସ୍କଲାରସିପି ପରୀକ୍ଷାରୁ ବାଦ ଦେବା ଏବଂ କ୍ଲାସ ରୁମରେ ପାଠ ପଢା ନହେବେ ବିଭିନ୍ନ ଦାବିକୁ ନେଇ ଛାତ୍ରଛାତ୍ରୀମାନେ ବର ଗଛ ମୂଳେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଭୋଗରାଇ ବ୍ଲକ ଥିବା ନମ୍ବର ୱାନ ଆରୁହାବୃତ୍ତି ନୋଡାଲ ଉପ୍ରା ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକ ସଂଜୟ ଗିରି କିଛି ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ଆକୃଷ୍ଟ ରଖି ସେମାନଙ୍କ ପ୍ରତି ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । ସ୍କଲାରର୍ସରୁ ବାଦ ଦେବା, ନିମ୍ନମାନର ଖାଦ୍ୟ ଦେବା, ପାଠ ପଢା ନହେବା ଆଦି ବିଭିନ୍ନ ଦାବିକୁ ନେଇ ବିଦ୍ୟାଳୟ ଗେଟ ସମ୍ମୁଖରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ହେଲେ ପ୍ରଧାନଶିକ୍ଷକ ସଞ୍ଜୟ ଗିରି ଅଭିଭାବକମାନଙ୍କ ନାରେ ଓଲଟା ଅଭିଯୋଗ ଆଣିଛନ୍ତି । ଏହା ତାଙ୍କ ଉପରେ ବ୍ୟକ୍ତିଗତ ଆକୃଷ୍ଟ ରଖି କରାଯାଉଛି ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ