ମୋ’ ସ୍ୱାମୀଙ୍କୁ ନ୍ୟାୟ ଦେବ କିଏ?

ଭୁବନେଶ୍ପର (ବଡ଼ ଖବର ବ୍ୟୁରୋ): ଗତକାଲି ରାଜଧାନୀର ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା ଆଜି ମଧ୍ୟ ଚର୍ଚ୍ଚାର ଖୋରାକ ଯୋଗାଉଛି । କାଲି ମୃତ ଶମ୍ଭୁଙ୍କ ସ୍ତ୍ରୀ ମିନତୀଙ୍କ ବୁକୁଫଟା କ୍ରନ୍ଦନ ସାମନ୍ତରାପୁର ଛକରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ସ୍ଵାମୀଙ୍କ ରକ୍ତାକ୍ତ ମୃତଦେହକୁ କୋଳରେ ଧରି ସେ ନ୍ୟାୟ ମାଗୁଥିବା ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ମିନତୀଙ୍କ ବୟାନ ଅନୁସାରେ ହତ୍ୟାକାରୀମନେ ଆଗରୁ ମଧ୍ୟ ବାରମ୍ବାର ଶମ୍ଭୁଙ୍କ ମିଠା ଦୋକାନକୁ ଆସି ତାଙ୍କୁ ବିଭିନ୍ନଧମକ ଦେଉଥିଲେ । ଅଞ୍ଚଳ ଛାଡି ଚାଲିଯିବାକୁ ବାଧ୍ୟ କରୁଥିଲେ । କିନ୍ତୁ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଦୁର୍ବୃତ୍ତଙ୍କ କଥା କୁ ବେଖାତିର୍ କରୁଥିଲେ ।

ସ୍ୱାମୀ-ସ୍ତ୍ରୀ ୫-୬ ଥର ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଜଣେ ମିଠା ଦୋକାନୀର କଥାକୁ ଥାନା ଅଧିକାରୀ ଖାତିର କରିନଥିଲେ ବୋଲି ମିନତୀ କହିଛନ୍ତି । ମିନତୀଙ୍କ କହିବା ଅନୁଯାୟୀ, ଯଦି ପୋଲିସ ଆମ କଥା ଶୁଣିଥାନ୍ତା, ତେବେ ମୋ ସ୍ଵାମୀ ଆଜି ଜୀବିତ ଥାନ୍ତେ । ଗୋଟିଏ ଜନଗହଳିପୂର୍ଣ୍ଣ ବଜାରରେ କେମିତି ଦୁର୍ବୃତ୍ତ ଏକ କଟୁରୀ ଧରି ଗୋଡ଼ାଇ ଗୋଡ଼ାଇ ହାଣି ଦେଲା ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଦୁଇ ଝିଅଙ୍କୁ ଧରି କୁଆଡ଼େ ଯିବି ବୋଲି କାନ୍ଦି କାନ୍ଦି ମିନତୀ ପୋଲିସ ବାବୁଙ୍କୁ ପ୍ରଶ୍ନ କରିଥିଳେ । ମାତ୍ର ପୋଲିସ ଦେଖି ସାଜିଥିଲା ନିରବଦ୍ରଷ୍ଟା । ଏବେ ମିନତୀ ପଚାରୁଛନ୍ତି ମୋ’ ସ୍ୱାମୀକୁ ନ୍ୟାୟ ଦେବ କିଏ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ