Masthead

ହେ ଭଗବାନ ମୋର ଡିଭୋର୍ସ କରେଇ ଦିଅ…

ଗଜପତି (ବଡ଼ ଖବର ବ୍ୟୁରୋ): ମର୍ଡର ନୂଆ ମିଷ୍ଟ୍ରୀ । ଆସିଲା ଆଉ ଏକ ଚିଠି । ବିଦ୍ୟାଭାରତୀଙ୍କ ଦ୍ୱିତୀୟ ହାତ ଲେଖା ଚିଠି ସାମ୍ନାକୁ ଆସିଛି । ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ଜୋରଦାର ତଦନ୍ତ ଚାଲିଥିବା ବେଳେ ସାମ୍ନାକୁ ଆସୁଛି ଭଳିକି ଭଳି ତଥ୍ୟ । ଏଥିରେ ନିଜ ସମ୍ପର୍କକୁ ନେଇ ଖୁବ କ୍ରୋଧ ପ୍ରକାଶ କରିଛନ୍ତି ବିଦ୍ୟା । ଶତ୍ରୁକୁ ବି ଏମିତି ଲୋକ ନମିଳନ୍ତୁ ବୋଲି ଭଗବାନଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ହେ ଭଗବାନ କିଛି ବି କରିକି ଡିଭୋର୍ସ କରେଇ ଦିଅନ୍ତୁ, ମୁଁ ବଞ୍ଚିଥିଲା ଯାଏଁ ଋଣୀ ରହିଯିବି । ଏପରିକି ପୁରୀ ମନ୍ଦିରରେ ଦାସୀ ହୋଇ ସାରା ଜୀବନ ସେବା କରିବା କଥା ମଧ୍ୟ ଲେଖିଛନ୍ତି ।

କିନ୍ତୁ କିଛି ବି କରିକି ଏହି ଡିଭୋର୍ସ କରେଇ ଦେବାକୁ ସେ ଚିଠିରେ ଲେଖିଛନ୍ତି । ବୁଧବାର ବିଦ୍ୟାଙ୍କ ପ୍ରଥମ ଚିଠି ସାମ୍ନାକୁ ଆସିଥିଲା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।

କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବେ ସେ ନେଇ ବିଦ୍ୟାଭାରତୀ ଚିଠିରେ ଲେଖିଛନ୍ତି । ମୁଁ ପୃଥିବୀରେ ସବୁଠୁ ଅଧିକ ତୁମକୁ ଘୃଣା କରେ । ସମସ୍ତ ଭୁଲ ପାଇଁ ଭଗବାନ କ୍ଷମା କର ବୋଲି ଚିଠିରେ କହିଛନ୍ତି ବିଦ୍ୟାଭାରତୀ । ଦୟାକରି ମୋ ଜୀବନ ନଷ୍ଟ କରିନାହିଁ । ତେବେ ପ୍ରଥମ ଚିଠିରେ ବିଦ୍ୟା କ୍ଷୋଭ ପ୍ରକାଶ କରୁଥିବା ବେଳେ ଦ୍ବିତୀୟ ଚିଠିରେ କ୍ରୋଧ ପ୍ରକାଶ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର