Masthead

ଭାରତୀୟଙ୍କ ବୟକଟ୍‌ ଟ୍ରେଣ୍ଡ ପରେ ୩ ଦିନରେ କ୍ଷତି ୧୦୦ କୋଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ବିବାଦ ମଧ୍ୟରେ ମାଲଦ୍ୱୀପ ଚାଇନାରୁ ଅଧିକ ପର୍ୟ୍ୟଟକ ପଠାଇବାକୁ ଅନୁରୋଧ କରିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ୟ୍ୟଟକ ପଠାଇବାକୁ ଚେଷ୍ଟା କରିବାକୁ ନିବେଦନ କରିଛନ୍ତି। ଫୁଜିଆନ ପ୍ରଦେଶରେ ଆୟୋଜିତ ମାଳଦ୍ୱୀପ ବ୍ୟବସାୟ ଫୋରମରେ ରାଷ୍ଟ୍ରପତି ମୋଇଜୁ ଏହି କଥା କହିଛନ୍ତି। ସେ କହିଛନ୍ତି କରୋନା ମହାମାରୀ ପୂର୍ବରୁ ଚାଇନା ଆମ ପାଇଁ ସବୁଠୁ ବଡ ବଜାର ଥିଲା। ତେଣୁ ଆମର ଅନୁରୋଧ ହେଉଛି ଚାଇନା ସହିତ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଆମେ ପୁଣି ଥରେ ଚେଷ୍ଟା କରିବୁ।

ଏହି ସମୟରେ ମାଳଦ୍ୱୀପରେ ଏକ ସମନ୍ବିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ୫୦ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଭାରତ ସହିତ କୂଟନୈତିକ ତିକ୍ତତା ସମୟରେ ଚାଇନା ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଏହ ବନ୍ଧୁତା ଦେଖିବାକୁ ମିଳିଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ କିଛି ମାଳଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ସୃଷ୍ଟି ହୋଇଥିଲା। ସେପଟେ ମାଳଦ୍ୱୀପକୁ ଅନେକ ଫ୍ଲାଇଟ୍ ଏବଂ ହୋଟେଲ୍ ବୁକିଂ କ୍ୟାନସଲ୍ ।

୧୦ ହଜାର ୫୦୦ରୁ ଅଧିକ ହୋଟେଲ୍ ବୁକିଂ କ୍ୟାନସଲ୍ କରିଛନ୍ତି ଭାରତୀୟ । ୫୫୦୦ରୁ ଅଧିକ ଫ୍ଲାଇଟ୍ ଟିକେଟ୍ ମଧ୍ୟ ବାତିଲ୍ ହୋଇଛି । ମାଳଦ୍ୱୀପର ପ୍ରମୁଖ ଆୟ ପର୍ଯ୍ୟଟନରୁ ହିଁ ଆସିଥାଏ । ଏବେସୁଦ୍ଧା ଗତ ୩ ଦିନରେ ୧୦୦ କୋଟି ଟଙ୍କାର କ୍ଷତି ହେଲାଣି । ଏକାଧିକ ଟ୍ରାଭେଲ୍ କଂପାନୀ ସେମାନଙ୍କର ପ୍ୟାକେଜ୍ ବାତିଲ କରିଛନ୍ତି । ମାଳଦ୍ବୀପ ହୋଟେଲ ଆସୋସିଏସନ୍ ପକ୍ଷରୁ ମେକ୍ ମାଇଁ ଟ୍ରିପକୁ ଲେଖାଯାଇଛି ଚିଠି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ