Masthead

ଖାତାକୁ ଆସୁଛି କୋଟି କୋଟି ଟଙ୍କା

ପାଟନା(ବଡ଼ ଖବର ବ୍ୟୁରୋ): ବିହାରରେ ସାଧାରଣ ଲୋକ ହେଉଛନ୍ତି କୋଟିପତି । ପ୍ରତିଦିନ ଲୋକଙ୍କ ଆକାଉଣ୍ଟକୁ ଆସୁଛି କୋଟି କୋଟି ଟଙ୍କା । ଲଗାତାର ତୃତୀୟ ଥର ପାଇଁ ଖବର ସାମ୍ନାକୁ ଆସିବା ପରେ ଏବେ ବ୍ୟାଙ୍କ ଆଗରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଲୋକମାନେ ନିଜ ନିଜ ଆକାଉଣ୍ଟ ଚେକ୍ କରିବାରେ ଲାଗିଛନ୍ତି । କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ସାଢ଼େ ପାଞ୍ଚ ଲକ୍ଷ ଆସିଥିବା ବେଳେ ଏବେ ପୁଣି ୩ଜଣଙ୍କ ଆକାଉଣ୍ଟକୁ ଆସିଛି କୋଟି କୋଟି ଟଙ୍କା ।

କଟିହାରର ୨ଜଣ ଛାତ୍ରାଙ୍କ ଆକାଉଣ୍ଟକୁ ଆସିଛି ୯୬୨ କୋଟି ଟଙ୍କା । ସେହିଭଳି ମୁଜାଫରପୁରରୁ ଜଣେ ଜଣେ ଚାଷୀଙ୍କ ଆକାଉଣ୍ଟକୁ ଆସିଛି ୫୨ କୋଟି ଟଙ୍କା । ଆଗରୁ ଖଗଡ଼ିଆର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଆସିଥିଲା ସାଢ଼େ ୫ଲକ୍ଷ ଟଙ୍କା । ବିହାର କଟିହାର ଜିଲ୍ଲାର ବଗୌର ପଞ୍ଚାୟତରର ଦୁଇ ଛାତ୍ର ଗୁରୁଚରଣ ବିଶ୍ୱାସ ଓ ଆଶିଷ କୁମାର । ଦୁହିଁଙ୍କର ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ରହିଛି । ସ୍କୁଲ ୟୁନିଫର୍ମ ଟଙ୍କା ଚେକ କରିବାକୁ ବ୍ୟାଙ୍କ ଯାଇ ଆକାଉଣ୍ଟ ଚେକ କରିଥିଲେ । କିନ୍ତୁ ସେଠାରେ ଯାହା ଦେଖିଥିଲେ ଏଥିରେ କେବଳ ଦୁଇ ଛାତ୍ର ନୁହେଁ ବ୍ୟାଙ୍କ କର୍ମଚାରୀଙ୍କର ବି ହୋସ ଉଡ଼ିଯାଇଥିଲା ।

ଦୁଇଜଣଙ୍କ ଆକାଉଣ୍ଟରେ ୯୬୨ କୋଟି ଟଙ୍କା ଆସିଥିଲା । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରଙ୍କ ଆକାଉଣ୍ଟକୁ ଏତେ ଯଙ୍କା ଆସିଲା କେଉଁଠୁ ବୋଲି ଭାବି ସବୁ ଚକିତ ହୋଇଯାଇଥିଲେ । ଆଶିଷଙ୍କ ଖାତାକୁ ୬.୨ କୋଟି ଏବଂ ଗୁରୁଚରଣଙ୍କ ଆକାଉଣ୍ଟକୁ ୯୦୦ କୋଟି ଟଙ୍କା ଆସିଥିଲା । ଘଟଣାରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ ନିକଟରୁ ସମସ୍ତ ତଥ୍ୟ ଆଣି ଯଙ୍କା କୋଉଠୁ ଆସିଲା ବୋଲି ଛାନଭିନ କରୁଛି ପୋଲିସ ।

ସେପଟେ ମୁଜାଫରପୁରର ଜଣେ ଚାଷୀଙ୍କ ଆକାଉଣ୍ଟକୁ ଆସିଛି ୫୨ କୋଟି ଟଙ୍କା । ମୁଜାଫରପୁର ଜିଲ୍ଲାର କଟରା ଥାନା ଅଞ୍ଚଳର ରାମ ବାହାଦୂର ଶାହ । ନିଜ ଆକାଉଣ୍ଟକୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚେକ କରିବାକୁ ବ୍ୟାଙ୍କ ଯାଇଥିଲେ । ଆଉ ସେଠାରେ ଜାଣିବାକୁ ପାଇଲେ ଯେ, ତାଙ୍କ ଖାତାକୁ ଆସିଛି ୫୨ କୋଟି ଟଙ୍କା । ପୋଲିସ ଏବିଷୟରେ ଖବର ପାଇବା ପରେ ଏହାର ଯାଞ୍ଚ ଆରମ୍ଭ କରିଛି । ତେବେ ବ୍ୟକ୍ତି ଜଣକ ଆର୍ଥିକ ଅନଟନ ଦେଇ ଗତି କରୁଥିବାରୁ ଏହି ଟଙ୍କାରୁ କିଛି ଆର୍ଥିକ ସହଯୋଗ ଆକାରରେ ଦେବାକୁ ଅନୁରୋଧ କରିଛନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କ ତ୍ରୁଟିରୁ ପ୍ରାୟତଃ ଏହି ସବୁ ମାମଲା ସାମ୍ନାକୁ ଆସୁଥିବା ଜଣା ପଡ଼ୁଛି । ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ପେର ସେ ଏହାକୁ ପ୍ରଧାନମନ୍ତ୍ରୀ ଦେଇଥିବା କହି ଫେରାଇବାକୁ ସିଧାସଳଖ ମନା କରିଦେଇଥିଲେ । ତେବେ ପରେ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ