Masthead

ଜାଲ ସାର୍ଟିଫିକେଟ ପ୍ରସଙ୍ଗ, ଶାସକ ଦଳର ରହିଛି ସମ୍ପୃକ୍ତି: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱରେ(ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ଉଠିଲା ବଲାଙ୍ଗୀର ଜାଲ ସାର୍ଟିଫିକେଟ ପ୍ରସଙ୍ଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଉଠାଇଲେ ଫେକ ସାର୍ଟିଫିକେଟ ପ୍ରସଙ୍ଗ । ସାଲୁଜା କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର । ବଲାଙ୍ଗୀରରୁ ଧରାଯାଇଥିବା ନକଲି ସାର୍ଟିଫିକେଟ ମାମଲାରେ ମନୋଜ ମିଶ୍ର ଏବଂ ଅଶୋକ ଉଦଗାତା ସମେତ ୧୯ ଜଣ ଗିରଫ ଗିରଫ ହୋଇଛନ୍ତି । ବର୍ଷ ବର୍ଷ ଧରି ଚାଲିଥିଲା ଏହି ନକଲି ସାର୍ଟିଫିକେଟ କାରବାର ।

ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ଦେଇଛନ୍ତି । ସେହି ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରେ ଚାକିରି କରିଛନ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଫେକ ସାର୍ଟିଫିକେଟର ତିଆରି ଚାଲିଛି । ଏଥିରେ ବିଜେଡ଼ି ନେତାମାନେ ସମ୍ପୃକ୍ତ ଅଛନ୍ତି । ଆଇଟି ସେଲର ଉପଦେଷ୍ଟା ଅଛନ୍ତି । ବିଜେଡ଼ିର ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି । ଫେକ୍ ସାର୍ଟିଫିକେଟ ଦେଇ ଅ, ଆ ଜାଣିନଥିବା ପିଲା ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ ହୋଇଛନ୍ତି । ଦେଶବ୍ୟପାୀ ଏହି ଚେର ଲମ୍ବିଥିବା ଜଣାପଡ଼ିବା ପରେ ଏକ ପୋଲିସ ଟିମ୍ ରାଜ୍ୟ ବାହାରକୁ ଅଧିକ ତଦନ୍ତ ପାଇଁ ଯିବାକୁ ପ୍ରସ୍ତୁତ ହେଉଛି । ଚଢାଉ ବେଳେ କୋଚିଂ ସେଂଟରରୁ ପ୍ରାୟ ହଜାରେ ନକଲି ସାର୍ଟିଫିକେଟ୍ ଜବତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ