Masthead

ରାଜନୀତି ମଇଦାନକୁ ଓହ୍ଲାଇବେ ମହମ୍ମଦ ଶାମି!

କୋଲକାତା (ବଡ଼ ଖବର ବ୍ୟୁରୋ): କ୍ରିକେଟ ଛାଡ଼ି ରାଜନୀତି କରିପାରନ୍ତି କ୍ରିକେଟର ମହମ୍ମଦ ଶାମି । ବିଜେପିରୁ ପ୍ରାର୍ଥୀ ହେବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଶାମିଙ୍କୁ ଟିକେଟ ଦେଇ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଯାଉଛି । ସୂଚନା ଅନୁସାରେ ଶାମିଙ୍କ ସହ ବିଜେପି ଆଲୋଚନା କରି ସାରିଛି । ଶାମି ବିଜେପିରେ ଯୋଗଦେବା ନେଇ ନିଜର ସହମତି କେବେ ପ୍ରକାଶ କରିବେ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି ।

ଶାମିଙ୍କୁ ରାଜ୍ୟର ସଂଖ୍ୟାଲଘୁ ଆସନରେ ଟିକେଟ ଦେବାକୁ ଯୋଜନା ଚାଲଛି । ରାଜ୍ୟର ବଶିରହାଟ ଲୋକସଭା ଆସନରୁ ଶାମିଙ୍କୁ ଟିକେଟ ଦିଆଯିବାର ଯୋଜନା ରହିଥିବା କୁହାଯାଉଛି । ଶାମି ରାଜନୀତି ମଇଦାନରେ ବୋଲିଂ କରିବେ ନା ନାହିଁ ଚୂଡାନ୍ତ ନିଷ୍ପତି ଏବେ ଶାମିଙ୍କ ହାତରେ ରହିଛି । ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ । ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ