Masthead

ଭାଜପା ଖେଳୁଛି ଡବଲ ଗେମ୍ : ଉଦୟାନ ଗୁହା

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପାକୁ କହିଛି। ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି ଘୋଷଣା କରିଛି। ଉତ୍ତର ପଶ୍ଚିମବଙ୍ଗର ବିକାଶ ମନ୍ତ୍ରୀ ଉଦୟାନ ଗୁହା ରାଜ୍ୟ ବିଭାଜନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପାକୁ ୪୮ ଘଣ୍ଟିଆ ଚେତାବନୀ ଦେଇଛନ୍ତି।

ସେ ଭାଜପାକୁ ପଶ୍ଚିମବଙ୍ଗ ଲୋକଙ୍କ ସହ ଡବଲ ଗେମ୍‌ ଖେଳୁଥିବା ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ର ପଛରେ ଭାଜପା ନେତାମାନେ ଅଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି। ସିଲିଗୁଡିରେ ଗଣମାଧ୍ୟମକୁ ସୂଚନା ଦେଇ ଗୁହା କହିଛନ୍ତି, ଭାଜପା ରାଜ୍ୟବାସୀଙ୍କ ସହ ଡବଲ ଗେମ ଖେଳୁଛି। ଦକ୍ଷିଣ ପଶ୍ଚିମବଙ୍ଗରେ ଭାଜପା କହିଛି ଯେ ସେମାନେ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟ କରିବାକୁ ଚାହୁଁ ନାହାଁନ୍ତି। ମାତ୍ର ଉତ୍ତର ପଶ୍ଚିମବଙ୍ଗରେ ଦଳୀୟ ବିଧାୟକମାନେ ଅଲଗା ରାଜ୍ୟ ଦାବି କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି