Masthead

ଭାଜପା ଖେଳୁଛି ଡବଲ ଗେମ୍ : ଉଦୟାନ ଗୁହା

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ବଜେଟ ଅଧିବେଶନର ପ୍ରଥମ ଦିନରେ ଶାସକ ତୃଣମୂଳ କଂଗ୍ରେସ ଉତ୍ତର ପଶ୍ଚିମବଙ୍ଗକୁ ପୃଥକ ରାଜ୍ୟ ଦାବି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପାକୁ କହିଛି। ପଶ୍ଚିମବଙ୍ଗ ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି ଘୋଷଣା କରିଛି। ଉତ୍ତର ପଶ୍ଚିମବଙ୍ଗର ବିକାଶ ମନ୍ତ୍ରୀ ଉଦୟାନ ଗୁହା ରାଜ୍ୟ ବିଭାଜନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଭାଜପାକୁ ୪୮ ଘଣ୍ଟିଆ ଚେତାବନୀ ଦେଇଛନ୍ତି।

ସେ ଭାଜପାକୁ ପଶ୍ଚିମବଙ୍ଗ ଲୋକଙ୍କ ସହ ଡବଲ ଗେମ୍‌ ଖେଳୁଥିବା ଅଭିଯୋଗ କରିଛନ୍ତି। ଏହି ଷଡ଼ଯନ୍ତ୍ର ପଛରେ ଭାଜପା ନେତାମାନେ ଅଛନ୍ତି ବୋଲି ଟିଏମସି ଅଭିଯୋଗ କରିଛି। ସିଲିଗୁଡିରେ ଗଣମାଧ୍ୟମକୁ ସୂଚନା ଦେଇ ଗୁହା କହିଛନ୍ତି, ଭାଜପା ରାଜ୍ୟବାସୀଙ୍କ ସହ ଡବଲ ଗେମ ଖେଳୁଛି। ଦକ୍ଷିଣ ପଶ୍ଚିମବଙ୍ଗରେ ଭାଜପା କହିଛି ଯେ ସେମାନେ ଉତ୍ତର ପଶ୍ଚିମବଙ୍ଗକୁ ଅଲଗା ରାଜ୍ୟ କରିବାକୁ ଚାହୁଁ ନାହାଁନ୍ତି। ମାତ୍ର ଉତ୍ତର ପଶ୍ଚିମବଙ୍ଗରେ ଦଳୀୟ ବିଧାୟକମାନେ ଅଲଗା ରାଜ୍ୟ ଦାବି କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ