Masthead

କଂଗ୍ରେସ ଗଡ଼ରେ ଉତ୍ସବ ପାଳିଲା ବିଜେପି

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ରାଜସ୍ଥାନରେ ବଜାୟ ରହିବାକୁ ଯାଉଛି ପରିବର୍ତ୍ତନୀୟ ପରମ୍ପରା । ଅଦଳ ଦବଳ ସରକାରରେ ପୁଣି ବିଶ୍ୱାସ କରିଛନ୍ତି ରାଜସ୍ଥାନବାସୀ । କାରଣ ରାଜ୍ୟରେ କଂଗ୍ରେସ ଶାସନ ଚାଲିଥିବା ବେଳେ ଏବେ ନିର୍ବାଚନୀ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ଦୁଇ ବିଲେଇଙ୍କ କଳିରେ ବାଜି ମାରିଲା ବିରୋଧୀ ଦଳ । କଂଗ୍ରେସ ଗଡ଼ରେ ଉତ୍ସବ ପାଳିଲା ବିଜେପି । ଇଣ୍ଡିଆ ଗଠବନ୍ଧନର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆକଳନ କରାଯାଉଥିଲା ଯେ, ଏଥର ପାୱାରକୁ ଆସିବ ଇଣ୍ଡିଆ ମେଣ୍ଟ । ଏବଂ ଏହାର ନେତୃତ୍ୱ ନେଉଥିବା କଂଗ୍ରେସ ବିଶେଷ କରି ରାଜସ୍ଥାନରେ ପୁଣି ଶାସନ ସମୟରେ ଅଭିବୃଦ୍ଧି କରିବ ବୋଲି ଆଶା କରାଯାଉଥିଲା । ରାଜ୍ୟରେ କଂଗ୍ରେସ-ବିଜେପି ନୁହେଁ, ବସୁନ୍ଧରା ରାଜେ ଓ ଅଶୋକ ଗେହଲୋଟଙ୍କ ମଧ୍ୟରେ ଚାଲିଥିଲା ସତ୍ତା ପାଇଁ ଲଢେଇ । ସେପଟେ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ତୁ ତୁ ମୈ ମୈ ଭିତରେ ଦଳୀୟ କନ୍ଦଳ ରାଜ୍ୟ କଂଗ୍ରେସର ସ୍ଥିତିକୁ ସୁଦୃଢ କରିରଖିପାରିଲା ନାହିଁ । ଏବଂ ଏହାର ଫାଇଦା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ମିଳିଛି । ଏବଂ ବଡ଼ କଥା ଏହା ଯେ ଏହି ଫଳାଫଳ ପରେ ଅଶୋକ ଗେହଲୋଟ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ଦେବା କଥା ମଧ୍ୟ ଗଣମାଧ୍ୟମର ରିପୋର୍ଟରେ ସ୍ପଷ୍ଟ ହୋଇଗଲା ।

 

ରାଜସ୍ଥାନରେ କଂଗ୍ରେସର ପତନ ସ୍ପଷ୍ଟ ହେବା ପରେ ଶାସନ ଗାଦିରୁ ସେ ଓହରିଥିବା ଚର୍ଚ୍ଚା ହେଉଛି । ଟଙ୍କରେ ସଚିନ ପାଇଲଟ ଗଣତିରେ ଆଗୁଆ ଥିଲେ । ଅନ୍ୟ ରାଜ୍ୟ ପରି ରାଜସ୍ଥାନରେ ମଧ୍ୟ ଲାଗୁଥିଲା ଯେ ବିଜେପି ଓ କଂଗ୍ରେସ ଲଢେଇ ହେବ । କିନ୍ତୁ ବିଜେପି ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ପରି ଏଠି ମଧ୍ୟ ଗଣତି ଆରମ୍ଭରୁ ନିଜର କାୟା ବିସ୍ତାର କରିଚାଲିଲା । ଗଣତି ତାଲିକା ରେସରେ ଆଗକୁ ଆଗକୁ ବଢି ଚାଲିଲା ଦଳ । ଚଳିତ ରାଜସ୍ଥାନ ବିଧାନସଭା ପାଇଁ ୧୯୯ଟି ସିଟ୍ ପାଇଁ ଲଢେଇ ହୋଇଥିବା ବେଳେ ମ୍ୟାଜିକ୍ ନମ୍ବର ୧୦୦ ଥିଲା । ତେବେ ଯେତେବେଳେ ଗଣତି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭୋଟରେ ଆଗୁଆ ଚାଲୁଥିଲେ । କିନ୍ତୁ ଏଥର ଜନତା ଅଦଳ-ବଦଳ ରାଜତ୍ୱରେ ବିଶ୍ୱାସ କରି କଂଗ୍ରେସ ଶାସନରେ ପୂର୍ଣ୍ଣଛେଦ ପକାଇ ବିଜେପିକୁ ଜିତାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି, କିଏ ହେବ ପରବର୍ତ୍ତୀର ମୁଖ୍ୟମନ୍ତ୍ରୀ? କାହାକୁ ଜନତା ନିଜର ଶାସକକର୍ତ୍ତା ଭାବେ ଗାଦିରେ ବସାଇବେ? କାହାକୁ ମୁଖ୍ୟମନ୍ତ୍ରୀ ବାଛିବ ଦଳ? ତେବେ ଏହି ପ୍ରଶ୍ନ ମଧ୍ୟରେ ବସୁନ୍ଧରା ରାଜେଙ୍କୁ ପୁଣି ଆଉ ଥରେ ମୁଖ୍ୟମନ୍ତ୍ରୀ କରାଯିବ କି? ନା ଆଉ କେଉଁ ମୁହଁ ସମ୍ଭାଳିବ ରାଜସ୍ଥାନର ଶାସନ ଦାୟିତ୍ୱ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା