Masthead

ବିଜେପିର ଚିନ୍ତା ବଢ଼ାଉଛି ଭୋଟ ଫଳାଫଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରକାର ଗଢ଼ିବା ପରେ ବି ଚିନ୍ତା । ଭୋଟ ଫଳାଫଳକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଛି ବିଜେପି । ଜନାଦେଶ ପାଇଥିଲେ ବି ଭୋଟ ପ୍ରତିଶତ ଓ ଆସନ ସଂଖ୍ୟା ହ୍ରାସ ପାଇଛି । ଉତ୍ତରପୂର୍ବର ୩ ରାଜ୍ୟରେ ସରକାର ଗଢ଼ିବାକୁ ଯାଉଛି ବିଜେପି । ତଥାପି ଭୋଟ ପ୍ରତିଶତକୁ ନେଇ ଚିନ୍ତାରେ । ତ୍ରିପୁରା, ମେଘଳୟ ଏବଂ ନାଗାଲାଣ୍ଡରେ ସରକାର ଗଢିବାକୁ ଯାଉଥିବା ବିଜେପି ଯେତିକି ଉତ୍ସାହିତ ସେତିକି ଚିନ୍ତାଗ୍ରସ୍ତ । ତ୍ରିପୁରାରେ ଦଳ ପୁନର୍ବାର ସରକାର ଗଠନ ପାଇଁ ଜନାଦେଶ ପାଇଥିଲେ ମଧ୍ୟ ପୂର୍ବାପେକ୍ଷା ଦଳର ଭୋଟ ପ୍ରତିଶତ ଓ ଆସନ ସଂଖ୍ୟା ହ୍ରାସ ପାଇଛି । ତ୍ରିପୁରାରେ ନବଗଠିତ ଟିପ୍ରା ମୋଥା ଦଳ ବିଜେପି ଭଳି ଶକ୍ତିଶାଳୀ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବାରେ ସଫଳ ହୋଇଛି ।

ସ୍ଥାନୀୟ ଆଦିବାସୀ ଭୋଟରଙ୍କ ପ୍ରଥମ ପସନ୍ଦ ରୂପେ ଟିପ୍ରା ମୋଥା ଦଳ ସାମ୍ନାକୁ ଆସିଛି । ସେହିପରି ମେଘାଳୟରେ ବିଜେପିର ମାରାଥନ୍ ପ୍ରଚାର, ପ୍ରଧାନମନ୍ତ୍ରୀଙ୍କ ରାଲି ଭାଷଣ ସତ୍ତ୍ୱେ ୬୦ ଆସନରୁ ୨ଟି ଆସନରେ ସୀମିତ ରହିଛି । ନାଗାଲାଣ୍ଡରେ ବିଜେପି ୨୦ ଆସନରୁ ନିର୍ବାଚନ ଲଢିଥିଲା, ସେଥିରୁ ୧୨ ଟିରେ ବିଜୟ ହୋଇଛି । ତ୍ରିପୁରାକୁ ବାଦ୍ ଦେଲେ ଉତ୍ତରପୂର୍ବର ୨ରାଜ୍ୟରେ ଜୁନିଅର ପାର୍ଟି ସାଜି ସରକାର ଗଠନ କରିବାକୁ ଯାଉଛି । ଯାହାକୁ ଦଳର ହାଇକମାଣ୍ଡ ଅନ୍ୟ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଏହି ୩ ରାଜ୍ୟର ବିଧାନସଭା ନିର୍ବାଚନ ସହ ୫ ରାଜ୍ୟର ୬ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ମଧ୍ୟ ବିଜେପିକୁ ବ୍ୟତିବ୍ୟସ୍ତ କରିଛି । ୬ ଆସନ ମଧ୍ୟରୁ କଂଗ୍ରେସ ୩ ଆସନ ହାତେଇବା ଏବଂ ବିଜେପି ୨ ଆସନ ଜିତିବା ଦଳୀୟ ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମହାରାଷ୍ଟ୍ରର କସବାପେଠ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହେବା ବିଜେପିକୁ ଅଧରକ ବାଧିଛି । ୧୯୯୫ରୁ ୨୮ ବର୍ଷ ଧରି ଏହି ଆସନ ବିଜେପି ଅଧୀନରେ ରହି ଆସୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି