Masthead

ଆବାସ ପାଇଁ ୧୧ ହଜାର

ମାଲକାନିଗିର, (ବଡ଼ ଖବର ବ୍ୟୁରୋ): ଲାଞ୍ଚ ନ ଦେଲେ ମିଳୁନି ଆବାସ ଯୋଜନାରେ ଘର। ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ପାଇଁ ଜଣେ ବିଧବା ବୃଦ୍ଧା ଜିଆରଏସଙ୍କୁ ଦେଇଛନ୍ତି ୬ହଜାର ଟଙ୍କା। କିନ୍ତୁ ଆଉ ୫ହଜାର ଦେଲେ କାର୍ୟ୍ୟାଦେଶ ମିଳିବ ବୋଲି କୁହାଯାଇଛି। ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ମାଲକାନଗିରିରୁ।

ଛିଣ୍ଡା ଲୁଗା ପିନ୍ଧି କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଥିବା ଏହି ବୃଦ୍ଧାଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଏମଭି-୫୦ ଗ୍ରାମର ଉର୍ମିଳା ମଣ୍ଡଳ (୬୧)। ୮ ବର୍ଷ ତଳେ ସ୍ୱାମୀ ଜଗଦୀଶ ମଣ୍ଡଳ ଆରପାରିକୁ ଚାଲିଯାଇଥିଲେ। ତାଙ୍କର ଏକମାତ୍ର ଝିଅ ବିବାହ କରି ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି। ସେବେଠାରୁ ଉର୍ମିଳା ପେଟର ଭୋକ ମେଣ୍ଟାଇବା ଲାଗି ଅନ୍ୟ ଲୋକଙ୍କ ଘରେ କାମ କରୁଛନ୍ତି। କିଛିବର୍ଷ ତଳେ ଗାଁ ଲୋକେ ତାଙ୍କ ପାଇଁ ଏକ କୁଡ଼ିଆ ଘର ତିଆରି କରିଦେଇଥିଲେ। କିନ୍ତୁ ଦୁଇ ବର୍ଷ ଧରି ପ୍ରବଳ ବର୍ଷାରେ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବାବେଳେ ସେ ଏହି ଭଙ୍ଗା ଘରେ ଜୀବନ ବିତାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ପାଇଁ ସେ ଗତ ପାଞ୍ଚ ବର୍ଷ ଧରି ବ୍ଲକ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି। ଶେଷରେ ଜିଆରଏସ ତାଙ୍କୁ ଆବାସ ଘର ଯୋଗାଇ ଦେବାକୁ ଲାଞ୍ଚ ମାଗିଛନ୍ତି।
ଏ ସମ୍ପର୍କରେ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ। ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପଡ଼ିଆମି କହିଛନ୍ତି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କୋଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉର୍ମିଳା ଯଦି ଯୋଗ୍ୟ ହୋଇଥିବେ ତେବେ ତାଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯିବ ବୋଲି ପଡ଼ିଆମି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ