Masthead

ଧଳା ଜହର ପାଇଁ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଧଳା ଜହରର ପେଣ୍ଠସ୍ଥଳ ପାଲଟିଛି ପଦାସାହି ଗାଁ । ଧଳା ଜହର ପାଇଁ ଜୀବନ ହାରିଛନ୍ତି ଯୁବକ । ମୃତ ଯୁବକ ଜଣକ ହେଲେ ନନ୍ଦନକାନନ ଥାନା ପଦାସାହି ଗାଁର ଦିଗନ୍ତ ମହାନ୍ତି । ଦିଗନ୍ତ ଅନେକଦିନ ହେଲା ଧଳାଜହର ନିଶାରେ ବୁଡି ରହି ରହୁଥିଲେ । ବାକି କରି ନିଶା ମଧ୍ୟ ଖାଉଥିଲେ । ତେବେ ମଙ୍ଗଳବାର ରତିରେ ବାକି ଟଙ୍କା ଶୁଝିବା ପାଇଁ ଘରେ ଟଙ୍କା ମାଗିଥିଲେ । ସେହି ଟଙ୍କାରେ ଦିଗନ୍ତ ଜଣେ ବେପାରୀଠାରୁ ଧଳାଜହର କିଣି ସାଙ୍ଗମାନଙ୍କ ସହ ମିଶି ଏହାକୁ ଖାଇଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଗନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ବୁଧବାର ସକାଳେ ପଦାସହି-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଥିବା ତାଙ୍କ ନିଜ ବଗିଚାରେ ଏକ ରଶି ଲଗାଇ ଅତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ