Before Header

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି, ଫାଇନାଲରେ ଭାରତ

0 22

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି । ଫାଇନାଲରେ ଭାରତ । ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ମାଲେସିଆ ସହ ମୁହାଁମୁହିଁ ହେବ ଟିମ ଇଣ୍ଡିଆ । ସେମିଫାଇନାଲରେ ଜାପାନକୁ ୫-୦ ଗୋଲରେ ହରାଇଛି ଇଣ୍ଡିଆ । ପ୍ରଥମ କ୍ୱାଟର ଗୋଲ ଶୂନ୍ୟ ହୋଇଥିବା ବେଳେ ଦ୍ୱିତୀୟ କ୍ୱାଟରରେ ୩ଟି ଗୋଲ ଦେଇ ଭାରତ ଆଗୁଆ ରହିଥିଲା । ହାଫ୍ ଟାଇମ୍ ପରେ ଆଉ ଦୁଇଟି ଗୋଲ ଦେଇ ଜାପାନକୁ ପଛରେ ପକାଇଥିଲା ଭାରତ ।

ଆକାଶଦୀପ ସିଂହ, ହରମନପ୍ରୀତ ସିଂହ, ମନ୍ଦୀପ୍ ସିଂହ ଦମଦାର ପ୍ରଦର୍ଶନ କରିଥିଲେ । ଆଜି ଖେଳାଯିବ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଖେଳାଯିବ । ମାଲେସିଆ ଓ ଭାରତ ମଧ୍ୟରେ ହେବ ମୁକାବିଲା । ପ୍ରଥମ ସେମିଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୬-୨ ଗୋଲରେ ହରାଇ ଫାଇନାଲକୁ ପ୍ରବେଶ କରିଛି ମାଲେସିଆ ।

Leave A Reply

Your email address will not be published.