Masthead

୧୧ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଚାଲିଛି ଜନତାଙ୍କ ପାଇଁ ଲୋକଙ୍କ ସରକାର । ସମୟ ନୁହେଁ ଗୁରୁତ୍ୱ ରଖୁଛି ନିଷ୍ପତ୍ତି । ଶୁକ୍ରବାର ବିଳମ୍ବତ ରାତି ଯାଏଁ ବସିଲା କ୍ୟାବିନେଟ୍ । ଶନିବାର ରାଜ୍ୟବାସୀଙ୍କୁ ଖୁସି ଖବର ଭେଟିଦେଲେ ମୁଖ୍ୟମନ୍ତ୍ରୀ । ୧୧ ପ୍ରସ୍ତାବରେ ବାଜିଲା ମୋହର । ମୁଣ୍ଡ ଉପରେ ପକ୍କା ଦେବା ପାଇଁ ମୋହନ ସରକାର ନେଲେ ନିଷ୍ପତ୍ତି । ଅନ୍ତୋର୍ଦୟ ଗୃହ ଯୋଜନାକୁ ଦେଲେ ଅନୁମତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବ୍ୟକ୍ତିଙ୍କୁ ଏଥିରେ ହେବେ ସାମିଲ । ଘର ପିଛା ୧ଲକ୍ଷ୨୦ହଜାର ଟଙ୍କା ମିଳିବ । ରାଜ୍ୟରେ ୨ଲକ୍ଷ୨୫ ହଜାର ଘର ଦେବେ ସରକାର ।

ଯୋଜନା ପାଇଁ ୭ହଜାର୫୫୦କୋଟି ଟଙ୍କାର ବ୍ୟୟ ବରାଦ । କ୍ରୀଡାକୁ ସରକାର ଦେଇଛନ୍ତି ପ୍ରାଧାନ୍ୟ । ୩୧୪ବ୍ଲକରେ ଗଠନ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ । ୧୨ରୁ ୧୫ଏକର ଜମିରେ ହେବ ନିମାର୍ଣ । ପାଞ୍ଚ ବର୍ଷରେ ଖର୍ଚ୍ଚ ହେବ ୪ହଜାର୧୨୪କୋଟି ଟଙ୍କା । ଲୋକଙ୍କୁ ମୈାଳିକ ସୁବିଧା ଯୋଗାଇଦେବା ପାଇଁ ବଡ ପଦକ୍ଷପ । ଯାତାୟତ ପାଇଁ ଚାରିଟି ବଡ ନଦୀ ଉପରେ ନିର୍ମାଣ ହେବ ବ୍ରିଜ । ଖରୋସ୍ରାତା, ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀରେ ସରକାର କରିବେ ସେତୁ । ହୀରାକୁଦର ହେବ ପୁନଃବ୍ୟାସ ସହ ଉନ୍ନତୀ କରଣ ।

୧ହଜାର୬୬କୋଟି୩୮ଲକ୍ଷ ଟଙ୍କାକୁ ମିଳିଛି ମଞ୍ଜୁରୀ । ଆଇନ ବିଭାଗର ନିଯୁକ୍ତି ପାଇଁ ଥିବା ୨୦୦୮ ନିୟମରେ ସଂଶୋଧନ । ଅକ୍ଷୟ ଶକ୍ତି ୨୦୨୨ ନୀତିକୁ କରାଯାଇଛି ସରଳିକରଣ । ଅଧିକାରୀଙ୍କ ପାଇଁ ସରକାର ଆଣିଦେଇଛନ୍ତି ଖୁସି ଖବର । ଏକିକୃତ ପେନସନକୁ ରାଜ୍ୟ କ୍ୟାବିନେଟର ମିଳିଛି ଅନୁମୋଦନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ କ୍ୟାବିନେଟର ବଡ ନିଷ୍ପତ୍ତି । ରାଜ୍ୟବାସୀଙ୍କୁ ଭେଟିଦେଲା ନୂଆ ନୂଆ ପଦେକ୍ଷପ । ବିକଶିତ ଓଡିÿଶା ଗଠନରେ ହେବ ସହାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା