Masthead

ତଦନ୍ତ କରିପାରିବେନି କନଷ୍ଟେବଳ, ହାବିଲଦାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କନଷ୍ଟେବଳ, ହାବିଲଦାର କରିପାରିବେନି ତଦନ୍ତ । ପୁଲିସ ବିଭାଗର ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୨୦୨୨ ମେ ୨୧ର ପୁଲିସ ସର୍କୁଲାର ଅର୍ଡରକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ସ୍ନାତକ କନଷ୍ଟେବଳ ଓ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରଙ୍କୁ ମାମଲା ତଦନ୍ତର କ୍ଷମତା ପ୍ରଦାନ କରିଥିଲା ପୋଲିସ ବିଭାଗ । ଏମିତିକି ଆଇଜି ତାଲିମ ପାଇଁ ବ୍ୟବସ୍ଥା ହୋଇଥିଲା । ଏ ନେଇ ସବୁ ଜିଲ୍ଲା ଏସପିଙ୍କୁ ଜାରି ହୋଇଥିବା ୨୦୨୨ ଜୁନ ୧୦ର ଚିଠିକୁ ମଧ୍ୟ ହାଇକୋର୍ଟ ରଦ୍ଦ କରିଛନ୍ତି ।

୨୦୨୨ ମେ ୨୧ର ପିସିଓ ଓ ଏହାପରେ ଜାରି ଜୁନ ୧୦ର ତାଲିମ ସମ୍ପର୍କିତ ଚିଠି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ବଢୁଥିବା ମାମଲା ସଂଖ୍ୟା, ତଦନ୍ତକୁ ଅପେକ୍ଷା ଓ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ବିଭାଗର ଏହି ପ୍ରସଙ୍ଗକୁ ସାନି ଅନୁଧ୍ୟାନ କରିବ ବୋଲି ହାଇକୋର୍ଟ କହିଛନ୍ତି । ଗୃହ ବିଭାଗ ସମଗ୍ର ପ୍ରସଂଗକୁ ପୁଣି ବିଚାରକୁ ନେଇ ସିଆରପିସିର ଧାରା ୧୫୬, ୧୫୭ ସହ ପୁଲିସ ଆକ୍ଟ ଓ ମାନୁଆଲ ସହିତ ସଂଗତି ଥିବା ଏକ ସାନି ପୁଲିସ ସର୍କୁଲାର ଅର୍ଡର ଆଣିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ